କଇଁଛ ପିଠିରେ ରାସାୟନିକ ରଙ୍ଗରେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର,୫।୪ (ବନ୍ଦନା ସେଠୀ)ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିବା ସହିତ ଭିୟୁର୍ସ ବଢାଇବା ପାଇଁ ବ୍ଲଗରମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଏପରିକି ନିରୀହ ବନ୍ୟପ୍ରାଣୀଙ୍କୁ ଅତ୍ୟାଚାର କରିବା ତଥା ସେମାନଙ୍କୁ ମାରିବା ପାଇଁ ମଧ୍ୟ କୁଣ୍ଠାବୋଧ କରୁନାହାନ୍ତି। ନିକଟରେ ଅନୁଗୋଳ ଆଠମଲ୍ଲିକ ଅଞ୍ଚଳରେ ଜଣେ ଯୁବକ ବିରି ଖାଇଦେବାରୁ ଏକ ଶୁଆକୁ ଫାଶୀ ଦେଇ ତାହାର ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଗିରଫ ହୋଇଥିଲେ। ଏବେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ଲଗର ଏକ କଇଁଛକୁ ଧରି ତା’ ଉପରେ ରାସାୟନିକ ରଙ୍ଗ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ଛବି ଆଙ୍କି ତାକୁ ପୋଷ୍ଟ କରିଛନ୍ତି। ଚିତ୍ର ଆଙ୍କିବା ସମୟରେ କଇଁଛ ମୁହଁକୁ ଜବରଦସ୍ତ ଚାପି ଧରିଥିବା ସେଥିରେ ଦେଖିବାକୁ ମିଳୁଛି। ଉକ୍ତ ପୋଷ୍ଟଟି ବିଶ୍ୱଜିତ୍‌ ଜେନା ନାମରେ ଥିବା ଫେସ୍‌ବୁକ୍‌ ଆକାଉଣ୍ଟରେ ଏବଂ ମି. ବିଶ୍ୱ ବ୍ଲଗ୍‌ସ ନାମରେ ଥିବା ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ ହୋଇଛି। ଏହି ଘଟଣା ବନ୍ୟପ୍ରାଣୀ ଆଇନ୍‌କୁ ଉଲ୍ଲଂଘନ କରିବା ସହିତ ଧାର୍ମିକ ଭାବନାକୁ କୁଠାରାଘାତ କରୁଛି। ହିନ୍ଦୁଧର୍ମରେ କଇଁଛକୁ ବିଷ୍ଣୁଙ୍କ ଅବତାର ଭାବେ ବର୍ଣ୍ଣନା କରାଯାଇଛି। କଇଁଛକୁ ଏଭଳି ଧରି ଚିତ୍ର ଆଙ୍କିବା ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନୁହେଁ, ବରଂ ସୋସିଆଲ ମିଡିଆରେ ଟଙ୍କା ଅର୍ଜନ କରିବାର ଏକ ମାଧ୍ୟମ। ତେଣୁ କଇଁଛ ଉପରେ ଚିତ୍ର ଆଙ୍କିଥିବା ବ୍ୟକ୍ତି, ଭିଡିଓ ଶୁଟ୍‌ କରିଥିବା ବ୍ୟକ୍ତି ଏବଂ ଏଥିରେ ସାମିଲ୍‌ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।
ସବୁ ଭାରତୀୟ କଇଁଛ ବନ୍ୟାପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ଅନୁଯାୟୀ ସଂରକ୍ଷିତ। ଭିଡିଓରେ ଦେଖାଯାଇଥିବା କଇଁଛ ଇଣ୍ଡିଆନ୍‌ ଫ୍ଲାପ୍‌ସେଲ୍‌ ଟର୍ଟଲ (ପଙ୍କୁଆ କଇଁଛ), ଯାହାକି ସିଡ୍ୟୁଲ୍‌-୧ ତାଲିକାଭୁକ୍ତ। ତେଣୁ ଏମାନଙ୍କୁ ଧରିବା ଅର୍ଥ ଶିକାର କରିବା। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ବର୍ଷ ପର୍ଯ୍ୟନ୍ତ ଜେଲ୍‌ କିମ୍ବା ୧ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ମାତ୍ର ଏସବୁ ଆଇନ୍‌କୁ ଜଳାଞ୍ଜଳି ଦେଇ ବିଶ୍ୱଜିତ୍‌ ଏହି ସିଡ୍ୟୁଲ୍‌-୧ କଇଁଛକୁ ଧରି, ତାକୁ ରାସାୟନିକ ରଙ୍ଗ ଦେଇ ସମ୍ପୂର୍ଣ୍ଣ ପ୍ରଣାଳୀକୁ ଭିଡିଓ ଶୁଟିଂ କରି ପୋଷ୍ଟ କରିବା ଦେଖିବାକୁ ମିଳିଛି। ଅପରପକ୍ଷେ ବାରମ୍ବାର ବନ୍ୟପ୍ରାଣୀଙ୍କୁ ଏଭଳି ଅତ୍ୟାଚାର କରାଯାଉଥିବାବେଳେ ବନ ବିଭାଗ ପକ୍ଷରୁ ସେଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅନେକ ସମୟରେ ଅଭିଯୋଗ ହେଲେ କେବଳ ଅପରାଧୀଙ୍କୁ ଗିରଫ କରି ଚୁପ୍‌ ବସିଯାଉଛି। ଫଳରେ ବାରମ୍ବାର ଏଭଳି ଘଟଣା ଘଟି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image