ଶ୍ରୀଲଙ୍କାରୁ ହଟିଲା ୩୬ ଘଣ୍ଟିଆ କର୍ଫ୍ୟୁ, ନୂଆ କ୍ୟାବିନେଟର ହେବ ଗଠନ

କଲମ୍ବୋ,୪ ।୪: ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ଅଶାନ୍ତିକୁ ଲକ୍ଷ୍ୟ କରି ଯେଉଁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲା ତାହା ସୋମବାର ହଟାଇ ଦିଆଯାଇଛି । ଶ୍ରୀଲଙ୍କାରେ ଏବେ ପରିବହନ ସେବା ପୂର୍ବପରି ଆରମ୍ଭ କରାଯାଇଛି । ସମସ୍ତ କାର୍ଯ୍ୟଳୟରେ କାମ ଆରମ୍ଭ କରାଯାଇଥିବା ବେଳେ ଟ୍ରେନ୍ ଚଳାଚଳ ସାମାନ୍ୟ ହୋଇଛି । ହେଲେ ଏକ୍ସପେସ ଟ୍ରେନ୍ ଗୁଡିକ ଏକ ଘଣ୍ଟା ବିଳମ୍ବରେ ଚାଲୁଛି । ଆର୍ଥିକ ସଙ୍କଟ ବିରୋଧରେ ସରକାରଙ୍କୁ ବିରୋଧ କରି ପ୍ରଦର୍ଶନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ସମସ୍ତ ମନ୍ତ୍ରୀ ରବିବାର ରାତିରେ ସାମୁହିକ ଭାବେ ଇସ୍ତଫା ଦେଇ ଦେଇଥିଲେ । ତେବେ ରାଜ୍ୟର ମନ୍ତ୍ରୀଙ୍କ ଇସ୍ତଫା ଉପରେ ନିଷ୍ପତ୍ତିକୁ ଶେଷ ରୂପ ଦେବା ବାକି ରହିଛି ।ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ସରକାରର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବେ ।

Share