ବାୟୁସେନାର ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ୨ ସେନା କର୍ମଚାରୀଙ୍କ ମୃତ୍ୟୁ

କଲମ୍ବୋ,୭।୮: ଶ୍ରୀଲଙ୍କା ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ଏବଂ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଶ୍ରୀଲଙ୍କା ବାୟୁସେନା କମାଣ୍ଡର ଏୟାର ମାର୍ଶଲ ଉର୍ଡନୀ ରାଜପକ୍ଷ କହିଛନ୍ତି ଯେ, ପାଇଲଟମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବହୃତ ପିଟି-୬ ବିମାନ ତ୍ରିକୋମାଳିର ବାୟୁସେନା ଷ୍ଟେଶନରୁ ଉଡାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନକୁ ଚାଇନା ପ୍ରସ୍ତୁତ କରିଥିଲା।

Share