Categories: ଖେଳ

ଫାଇନାଲ ଟିକେଟ୍‌ ପାଇଁ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ହେବ ଟକ୍କର

କଲମ୍ବୋ,୧୩।୯: ଭାରତ ଶ୍ରୀଲଙ୍କାକୁ ୪୧ ରନ୍‌ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଏହାପୂର୍ବରୁ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ୪୯.୧ ଓଭରରେ ୨୧୩ ରନ୍‌ ସଂଗ୍ରହ କରିଥିଲା। ଯାହା ଫଳରେ ଶ୍ରୀଲଙ୍କା ପାଇଁ ୨୧୪ ରନ୍‌ ବିଜୟ ଲକ୍ଷ୍ୟ ଥିଲା। କିନ୍ତୁ ଦାଶୁନ ଶନାକାଙ୍କ ଦଳ ୪୧.୩ ଓଭରରେ ମାତ୍ର ୧୭୨ରନ୍‌ରେ ସୀମିତ ରହିଥିଲା। ଏହି ସମୟରେ କୁଲଦୀପ ଯାଦବଙ୍କ ଯାଦୁ ଦେଖିବାକୁ ମିଳିଛି, ଯିଏକି ୪ ଉଇକେଟ୍‌ ନେବାରେ ସଫଳ ହୋଇଛନ୍ତି। ରବିନ୍ଦ୍ର ଜାଡେଜା ଏବଂ ଯସପ୍ରୀତ ବୁମ୍‌ରା ମଧ୍ୟ ୨-୨ ଉଇକେଟ୍‌ ନେଇଛନ୍ତି।

ବର୍ତ୍ତମାନ ଭାରତୀୟ ଦଳ ଫାଇନାଲରେ ପହଞ୍ଚିଛି। ଏବେ ଦ୍ୱିତୀୟ ଦଳ ପାଇଁ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିପାରେ। ପାକିସ୍ତାନ ଏବଂ ଶ୍ରୀଲଙ୍କା ଗୁରୁବାର ମୁହାଁମୁହିଁ ହେବେ। ଏହି ମ୍ୟାଚରେ ବିଜେତା ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ। ଏହା ପୂର୍ବରୁ ଭାରତ ଏବଂ ବାଂଲାଦେଶ ସେପ୍ଟେମ୍ବର ୧୫ରେ ମୁହାଁମୁହିଁ ହେବେ। ଏସିଆ କପ ସୁପର ଫୋର୍‌ ରାଉଣ୍ଡର ଏହା ଶେଷ ମ୍ୟାଚ ହେବ।

 

Share