ବେଙ୍ଗାଲୁରୁ,୧୩।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଉଛି। ଦିନିକିଆ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୫୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୦୯ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲର୍ ଜଶପ୍ରୀତ ବୁମ୍ରା ୫ଟି ଉକେଟ୍ ନେଇଥିଲେ। ପ୍ରଥମ ଦିନରେ ୬ଟି ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଥିଲା। ଭାରତ ବିପକ୍ଷରେ ଏହା ଶ୍ରୀଲଙ୍କାର ଦ୍ୱିତୀୟ ସର୍ବନିମ୍ନ ଟେଷ୍ଟ ସ୍କୋର। ପ୍ରଥମ ଇନିଂସ ଆଧାରରେ ଭାରତ ୧୪୩ ରନର ଅଗ୍ରଣୀ ରହିଛି।