ରାମେଶ୍ୱରମ୍,୨୫।୩: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ୨୦ ଧୀବରଙ୍କୁ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି। ଭାରତୀୟ ଧୀବରମାନେ ମାଛ ଧରା ପାଇଁ ବ୍ୟବହାର କରୁଥିବା ୨ଟି ବୋଟ ଏବଂ ଜାଲକୁ ଜବତ କରାଯାଇଛି। ଧୀବରମାନେ ରାମେଶ୍ୱରମ୍ ଏବଂ ଥାଙ୍ଗାଚିମାଦାମ୍ର ବାସିନ୍ଦା। ସେମାନଙ୍କୁ କାଚାଥେଭୁଠାରୁ ବୁଧବାର ରାତିରେ ଗିରଫ କରାଯାଇଥିବା ତାମିଲନାଡୁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଚରାଉଚରା ପାଇଁ ଧୀବରମାନଙ୍କୁ ଶ୍ରୀଲଙ୍କା ନୌସେନା ଶିବିରକୁ ନିଆଯାଇଛି। ଧୀବରଙ୍କୁ ଫେରାଇ ଆଣିବା ଲାଗି ମତ୍ସ୍ୟ ବିଭାଗ ଅଧିକାରୀ ଏବଂ ଶ୍ରୀଲଙ୍କା ନୌସେନା ମଧ୍ୟରେ ଆଲୋଚନା ଜାରି ରହିଛି।