କଲମ୍ବୋ,୭।୧: ଦନୁଷ୍କା ଗୁଣଥିଲକା, କୁସଳ ମେଣ୍ଡିସ ଓ ନିରୋଶାନ ଡିକଓ୍ବେଲାଙ୍କୁ ଗତବର୍ଷ ଜୁଲାଇରେ ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ଲାଗି ବାସନ୍ଦ କରାଯାଇଥିଲା। ଏହି ୩ ଖେଳାଳିଙ୍କ ଉପରୁ ଶୁକ୍ରବାର ବାସନ୍ଦାଦେଶ ହଟାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍ଏଲସି)।
ଗତବର୍ଷ ଇଂଲଣ୍ଡ ଗସ୍ତରେ ଏହି ୩ ଖେଳାଳି ଦଳର ବାୟୋ ବବଲ ପ୍ରୋଟୋକଲ ଭାଙ୍ଗିଥିଲେ। ଡର୍ହାମ ଦଳୀୟ ହୋଟେଲ ବାହାରେ ଧୂମ୍ରପାନ କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓ ଭାଇରାଲ ହେବା ପରେ ୩ ଖେଳାଳିଙ୍କୁ ଦଳରୁ ବିଦା କରାଯିବା ସହ ଏକ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିଥିଲା ଏଲ୍ଏଲ୍ସି।