କଲମ୍ବୋ, ୨୫ା୨ (ପି.ଟି.): ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲ୍ସି) ୨୦୨୨ରେ ରେକର୍ଡ ୬.୩ ବିଲିୟନ ଟଙ୍କା ଉପାର୍ଜନ କରିଛି। ଅନ୍ତର୍ଜାତୀୟ କ୍ରିକେଟ, ଘରୋଇ କ୍ରିକେଟ, ପ୍ରାୟୋଜକ ଚୁକ୍ତି ଏବଂ ଆଇସିସିର ବାର୍ଷିକ ସଦସ୍ୟ ବଣ୍ଟନ ଆଦି ୪ଟି ମାଧ୍ୟମରୁ ଆୟ ହୋଇଛି। କ୍ରୀଡ଼ାମନ୍ତ୍ରୀ ରୋଶନ ରଣସିଂଘେ ଗୁରୁବାର ୧୦ଜଣ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି। ଏହା ଏସ୍ଏଲ୍ସିର ନୂଆ ସମ୍ବିଧାନ ପାଇଁ ଚିଠା ପ୍ରସ୍ତୁତ କରିବ। ଦେଶର ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି କେ.ଟି. ଚିଥରାଶିରିଙ୍କୁ ଏହାର ମୁଖ୍ୟ କରାଯାଇଛି।