Categories: ଖେଳ

ଆଇସିସି ସଦସ୍ୟରୁ ଶ୍ରୀଲଙ୍କା ନିଲମ୍ବିତ

ନୂଆଦିଲ୍ଲୀ,୧୦।୧୧ : ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବିରୋଧରେ ବଡ଼ ଆକ୍ସନ ନେଇଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ଶୁକ୍ରବାର ଶ୍ରୀଲଙ୍କା କ୍ରିକେଟ ଟିମର ସଦସ୍ୟତାକୁ ନିଲମ୍ବିତ କରି ଦେଇଛି। ଆଇସିସି ବୋର୍ଡ ମିଟିଂରେ ର୍ନିଣ୍ଣୟ ନେଇଛି କି, ଶ୍ରୀଲଙ୍କା କ୍ରିକେଟ ଟିମ୍‌ ସଦସ୍ୟ ଭାବେ ନିଜର ଦାୟିତ୍ୱର ଗୁରୁତର ଭାବେ ଉଲ୍ଲଙ୍ଘନ କରୁଛି। ବିନା ସରକାରୀ ହସ୍ତକ୍ଷେପରେ କ୍ରିକେଟ ପ୍ରଶାସନ ଏବଂ ନିୟମ ଭଳି ଦାୟିତ୍ୱ ନିର୍ବାହ କରିବାରେ ଅସମର୍ଥ ବୋଲି ଆଇସିସି କହିଛି।

Share