Categories: ଖେଳ

ବର୍ଷକ ପାଇଁ ନିଲମ୍ବିତ ହେଲେ ଏହି ଶ୍ରୀଲଙ୍କା କ୍ରିକେଟର

ନୂଆଦିଲ୍ଲୀ,୨୪।୧୧: ଅଲରାଉଣ୍ଡର ଚାମୁକା କରୁଣାରତ୍ନେଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବର୍ଷକ ପାଇଁ ନିଲମ୍ବିତ କରିଛି ଶ୍ରୀଲଙ୍କା କ୍ରିକେଟ(ଏସ୍‌ସିଏଲ୍‌)। ଟି୨୦ ବିଶ୍ୱକପ୍‌ ସମୟରେ ଖେଲାଳିଙ୍କ ଚୁକ୍ତିନାମାର ଅନେକ ନିୟମ ସେ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତିନିଜଣିଆ ପ୍ୟାନେଲ ଦ୍ୱାରା ଶୃଙ୍ଖଳାଗତ ଅନୁସନ୍ଧାନ ପରେ ଏସ୍‌ଏଲ୍‌ସିର କାର୍ଯ୍ୟନିର୍ବାହୀ କମିଟି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ତାଙ୍କ ଉପରେ ୫ହଜାର ଡଲାର ଜରିମାନା ମଧ୍ୟ ଲଗାଯାଇଛି।

Share