କଲମ୍ବୋ,୧୧ ।୭: ଏବେ ସାରା ବିଶ୍ୱ ଦେଖି ସାରିଛି ଶ୍ରୀଲଙ୍କା ଆର୍ଥିକ ପରିସ୍ଥିତିର ଭୟାବହତା । ସାଧାରଣ ଜନତା କିଭଳି ଭାବେ ରାଷ୍ଟ୍ରପତି ଭବନ କବଜା କରି ରଖିଛନ୍ତି । ଏବେ ଦେଶରେ ନା ରାଷ୍ଟ୍ରପତି ଅଛନ୍ତି, ନା ପ୍ରଧାନମନ୍ତ୍ରୀ ଏହାସହ ଆଇନ ବ୍ୟବସ୍ଥାର କୌଣସି ସ୍ଥିତି ନାହିଁ କହିଲେ ଚଳେ । ଏବେ ଯେଉଁ ଚିତ୍ର ସାରା ବିଶ୍ୱ ଦେଖୁଛି ତାହା କେବଳ ଲୋକଙ୍କ କ୍ରୋଧ । ଏମିତି ପରିସ୍ଥିତି ଉପୁଜିଛି କି ଏବେ ଶ୍ରୀଲଙ୍କାରେ ଟମାଟୋ କିଲୋଗ୍ରାମ ପତି ଦର ୧୦୦୦ ଟଙ୍କା ହୋଇଥିବା ବେଳେ ଆଳୁ କିଲୋ ହୋଇଛି ୮୦୦ଟଙ୍କା । ଲୋକଙ୍କ ପାଖରେ ନା ପହଞ୍ଚୁଛି ଗ୍ୟାସ ନା ବିଜୁଳି । ଜୀବନ ବଞ୍ଚାଇବାକୁ ଲୋକେ କାଠ ଚୁଲିରେ ରୋଷେଇ କରୁଥିବା ଦେଖାଯାଇଛି ।