Categories: ଜାତୀୟ

ଶ୍ରୀଲଙ୍କା ସଙ୍କଟକୁ ନେଇ ଭାରତର ପ୍ରଥମ ପ୍ରତିକ୍ରିୟା, ଆମେ ବନ୍ଧୁତ୍ୱର ହାତ ବଢାଇଥିଲୁ, ଏବେବି ସାଙ୍ଗରେ ଅଛୁ

ନୂଆଦିଲ୍ଲୀ,୧୦ ।୭: ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କାର ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ମହଙ୍ଗା ମାଡ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ସାଧାରଣ ଆବଶ୍ୟକ ଜିନିଷର ଦାମ ଅକାଶଛୁଆଁ ହୋଇଯାଇଛି । ଏହାକୁ ନେଇ ଲୋକେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଶନିବାର ପରସ୍ଥିତି ଏମିତି ହୋଇଥିଲା ଯେ ଲୋକେ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ଆସିଛନ୍ତି । ଏହାପରେ ରାଷ୍ଟ୍ରପତିଙ୍କ ପଳାୟନ ଏମାନଙ୍କୁ ଆହୁରି ସୁଯୋଗ ଦେଇଛି । ଏବେ ରାଷ୍ଟ୍ରପତି ଭବନରେ ସାଧାରଣ ଲୋକେ ରହିବା ରୋଷେଇ ଘରେ ରୋଷେଇ କରିବା, ସୁଇମିଂ ପୁଲରେ ଗାଧୋଇବା ଆଦି ଦେଖିବାକୁ ମିଳିଛି । ଏହାସହ ଲୋକେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭାନରେ ବି ନିଆଁ ଲଗାଇ ଦେଇଛନ୍ତି ।
ଶ୍ରୀଲଙ୍କାର ଏହି ଆର୍ଥିକ ପରିସ୍ଥିତିକୁ ଦେଖି ଭାରତ ତା’ର ପ୍ରତିକ୍ରିୟା ଦେଇଛି । ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ଆମେ ଶ୍ରୀଲଙ୍କାକୁ ବନ୍ଧୁତ୍ୱର ହାତ ବଢାଇଛୁ । ପୂର୍ବରୁ ଆମେ ଶ୍ରୀଲଙ୍କା ସହ ଥିଲୁ ଆଜିବି ଅଛୁ । ଆଗକୁ ମଧ୍ୟ ଭାରତ ଶ୍ରୀଲଙ୍କା ସହ ରହିବ ଓ ଯଥା ସମ୍ଭବ ସହାୟତା ଯୋଗାଇ ଦେବ ।
ଶ୍ରୀଲଙ୍କାର ଏଭଳି ଆର୍ଥିକ ସଙ୍କଟକୁ ଦେଖି ଅନ୍ୟ କେହି ଦେଶ ହୁଏତ ସହଯୋଗର ହାତ ବଢାଇ ନାହାନ୍ତି ବୋଲିି କୁହାଯାଏ । ଭାରତ ତା’ର ବଡ ହୃଦୟର ପରିଚୟ ଦେବା ସହ ଯଥାସମ୍ଭବ ଶ୍ରୀଲଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିବ ବୋଲି କହିଛି ।

Share