ଶ୍ରୀଲଙ୍କା ସଙ୍କଟ, ଭାରତ ଯୋଗାଇବ ୬୫ ହଜାର ଟନ୍‌ ୟୁରିଆ…

ନୂଆଦିଲ୍ଲୀ/କଲମ୍ବୋ, ୧୪।୫ : ଶ୍ରୀଲଙ୍କାରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଭାରତ ଶ୍ରୀଲଙ୍କାକୁ ୬୫ ଜାର ଟନ୍‌ ୟୁରିଆ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଏହା ବ୍ୟବହାର ଧାନ ଜମିରେ କରାଯିବ।

ଶନିବାର ବିଭିନ୍ନ ମିଡ଼ିଆ ରିପୋର୍ଟ ଅନୁସାରେ ନୂଆଦିଲ୍ଲୀଠାରେ ଅବସ୍ଥାପିତ ଶ୍ରୀଲଙ୍କାର ଉଚ୍ଚାୟୁକ୍ତ ମିଲନ୍ଦ ମୋରାଗୋଡ଼ା ଗତ ଗୁରୁବାର ସାର ସଚିବ ରାଜେଶ କୁମାର ଚତୁର୍ବେଦୀଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲେ। ଭାରତୀୟ ସାର ସଚିବ ଏନେଇ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

ଏନେଇ ଶ୍ରୀଲଙ୍କା ଉଚ୍ଚାୟୁକ୍ତ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ୱାରା ଶ୍ରୀଲଙ୍କାର ଫସଲ ଉତ୍ପାଦନ ସ୍ବାଭାବିକ ହୋଇ ପାରିବ ବୋଲି ସେ କହିଛନ୍ତି।

Share