ଘର ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୯।୮: ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ପ୍ରଦର୍ଶନକାରୀ ଶନିବାର କଲମ୍ବୋ ସ୍ଥିତ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରାଓ କରିଛନ୍ତି। ଏହାପରେ ରାଷ୍ଟ୍ରପତି ରାଜପାକ୍ସେ ରାଜଭବନରୁ ବାହାରି ଘର ଛାଡ଼ି ପଳାଇଛନ୍ତି। ଶନିବାର ସେନାପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାପୂର୍ବରୁ ମେ’୧୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ମଧ୍ୟ ନିଜ ପରିବାର ସହ ବାସଭବନ ଛାଡ଼ି ନୌସେନା କ୍ୟାମ୍ପକୁ ପଳାଇଥିଲେ। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଅର୍ଥନୀତିକ ସଙ୍କଟ ସହ ବିଦ୍ୟୁତ୍‌ କାଟ୍‌ରେ ଅତିଷ୍ଟ ହୋଇ ଆନ୍ଦୋଳନକାରୀ ରାଷ୍ଟ୍ରପତି ରାଜପାକ୍ସେଙ୍କ ବାସଭବନକୁ ଘେରାଓ କରିବା ସହ ଭଙ୍ଗାରୁଜା କରିଥିଲେ। ଏଥିସହ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଥିଲେ। ଅନ୍ୟପକ୍ଷେ ସେନା ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଚଳାଇଛି। ସେନା ଆନ୍ଦୋଳକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୭ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ସୁରକ୍ଷାକର୍ମୀ ରହିଥିବା ଜଣାପଡ଼ିଛି।

 

Share