ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଜାରି

କଲମ୍ବୋ,୧୩।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ରାନିଲଙ୍କୁ ନିଯୁକ୍ତି ଦିଆଯିବା ପରେ ଶ୍ରୀଲଙ୍କାରେ ହିଂସା ଦେଖାଦେଇଛି। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବା ଘେରାଓ କରିବା ସହ ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଏଥିସହ ସଂସଦରେ ମଧ୍ୟ ପ୍ରଦର୍ଶନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନିୟନ୍ତ୍ରିତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଇତିମଧ୍ୟରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଏବଂ ପଶ୍ଚିମ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଅନ୍ୟପଟେ ବିଶୃଙ୍ଖଳା ପ୍ରଦର୍ଶନକାରୀଙ୍କୁ ଗିରଫ କରିବା ଏବଂ ସେମାନଙ୍କ ଗାଡି ଜବତ କରିବାକୁ ପ୍ରଧାନମନ୍ତ୍ରୀ ରାନିଲ ନିର୍ଦ୍ଦେଶ ଦେଇଛନ୍ତି।

Share