Categories: ଖେଳ

ଶ୍ରୀଲଙ୍କା ୪୧ ରନ୍‌ରେ ପରାଜିତ…

ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶର ସିଲହଟରେ ଶନିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୪୧ ରନ୍‌ରେ ପରାଜିତ ହୋଇଛି। ଭାରତର ୧୫୦ ରନ୍‌ର ଜବାବରେ ଶ୍ରୀଲଙ୍କା ଦଳ ୧୮.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୦୯ ରନ ସ୍କୋର କରିପାରିଛି।
୬୧ ରନ ସ୍କୋରରେ ଶ୍ରୀଲଙ୍କା ପାଞ୍ଚଟି ୱିକେଟ ହରାଇଥିଲା।

ପୂଜା ଭାଷ୍ଟ୍ରକର ଭାରତ ପାଇଁ ଦୁଇଟି ୱିକେଟ ନେଇଥିବାବେଳେ ଗୋଟିଏ ସଫଳତା ଦୀପ୍ତି ଶର୍ମାଙ୍କ ନାମରେ ଯାଇଛି। ଶ୍ରୀଲଙ୍କା ପାଇଁ ହର୍ଷିତା ମାଧବୀ ସର୍ବାଧିକ ରନ ସଂଗ୍ରହ କରଥିଲେ। ସେ ୨୦ ଟି ବଲରେ ୨୬ ରନ ସଂଗ୍ରହ କରିଥିଲେ।

ଶ୍ରୀଲଙ୍କା ମହିଳା ଦଳର ଚାରିଜଣ ବ୍ୟାଟ୍ସମ୍ୟାନ ଡବଲ ଫିଗରକୁ ଛୁଇଁ ପାରି ନଥିଲେ। କ୍ୟାପଟେନ ଚାମାରି ଅଟପାଟ୍ଟୁ ୫ ରନ, ମାଲଶା ଶେହାନି ୯ ରନ, ନୀଲକ୍ଷୀ ଦେ ସିଲଭା ୩ ରନ ଏବଂ କବିଶା ଦିଲହରୀ ୧ ରନ କରି ପାଭିଲିୟନ ଫେରି ଯାଇଥିଲେ।

Share