ଚା’ କପ୍‌କୁ ୧୦୦, ଲଙ୍କା କିଲୋ ୭୦୦

କଲମ୍ବୋ,୩୧।୩: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏବେ ଆର୍ଥିକ ଓ ଖାଦ୍ୟ ଅଭାବ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ ଏତେ ମହଙ୍ଗା ହୋଇଛି ଯେ, ଲୋକେ ଭୋକ ଉପସାରେ ରହିବାକୁ ବାଧ୍ୟ ହେଉଛନ୍ତି। ପେଟ୍ରୋଲ ଅପେକ୍ଷା କ୍ଷୀର ସବୁଠାରୁ ମହଙ୍ଗା ହୋଇଛି। ଏକ ଲିଟର ପେଟ୍ରୋଲର ମୂଲ୍ୟ ୨୫୪ ଟଙ୍କା ଥିବା ବେଳେ ଏକ ଲିଟର କ୍ଷୀର ୨୬୩ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପଟେ ପେଟ୍ରୋଲ ପମ୍ପରେ ଇନ୍ଧନ ପାଇଁ ଲୋକଙ୍କୁ ୨କିଲୋମିଟର ପର୍ଯ୍ୟନ୍ତ ଲାଇନ ଲଗାଇବାକୁ ପଡ଼ୁଥିବା ବେଳେ ଡିଜେଲ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ। ସେହିପରି ହସ୍ପିଟାଲଗୁଡ଼ିକରେ ଔଷଧ ଶେଷ ହୋଇଯିବାରୁ ଡାକ୍ତରମାନେ ରୋଗୀଙ୍କ ଅପରେଶନ ମଧ୍ୟ ବନ୍ଦ କରିଦେଇଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ଦେଶରେ ଗୋଟିଏ କପ୍‌ର ଚା’ର ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଛି। ସେହିପରି କଞ୍ଚାଲଙ୍କା କିଲୋ ପ୍ରତି ୭୦୦ ଟଙ୍କାରେ ବିକ୍ରି ହେଉଛି। ଏତଦ୍‌ ବ୍ୟତୀତ ଆଳୁ କିଲୋ ୨୦୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଚାଉଳ ଏବଂ ଚିନି କିଲୋ ପ୍ରତି ୨୯୦ ଟଙ୍କା ପହଞ୍ଚିଛି। କେବଳ ସେତିକି ନୁହେଁ ବର୍ତ୍ତମାନ ଅନେକ ସହରରେ ୧୨ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ ହେଉଛି। ଏଭଳି ପରିସ୍ଥିତିରେ ଭାରତ ଶ୍ରୀଲଙ୍କାକୁ ଏକ ବିଲିୟନ ଡଲାର ସହାୟତା ପ୍ରଦାନ କରିଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଉପରେ ଅନେକ ଦେଶର ଋଣ ରହିଛି। ଏଠାରେ ଜାନୁଆରୀରୁ ବୈଦେଶିକ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତରୁ ଅଧିକ ହ୍ରାସ ପାଇ ୨.୩୬ ବିଲିୟନ ଡଲାରରେ ପହଞ୍ଚିଛି। ଯାହା କ୍ରମାଗତ ଭାବରେ ହ୍ରାସ ପାଉଛି। ଫଳରେ ବୈଦେଶିକ ମୁଦ୍ରା ଅଭାବରୁ ଦେଶର ଅଧିକାଂଶ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ, ପେଟ୍ରୋଲ ଏବଂ ଡିଜେଲ ବିଦେଶରୁ ଆମଦାନୀ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ନିଦ ଉଡାଇଲା ଟ୍ରମ୍ପଙ୍କ ନୂଆ କ୍ୟାବିନେଟ

ଓ୍ବାଶିଂଟନ,୧୯।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅନେକ କ୍ୟାବିନେଟ ସହକର୍ମୀଙ୍କୁ ଚୟନ କରିଛନ୍ତି। ଏହି ସମୟରେ ଆଗାମୀ ଟ୍ରମ୍ପ କ୍ୟାବିନେଟର...

୪୫ ଲୋକଙ୍କୁ ୧୦ ବର୍ଷର ଜେଲଦଣ୍ଡ, ଜାଣନ୍ତୁ କ’ଣ ଏହି ମାମଲା

ଭିକ୍ଟୋରିଆ ସିଟି,୧୯।୧୧: ମଙ୍ଗଳବାର ହଂକଂର ହାଇକୋର୍ଟ ୪୫ ଜଣ ଗଣତନ୍ତ୍ର ସମର୍ଥକଙ୍କୁ ଜାତୀୟ ସୁରକ୍ଷା ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ,...

ମୋଦିଙ୍କୁ ଭେଟିବା ପରେ ବଡ଼ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୯।୧୧: ଆସନ୍ତା ବର୍ଷ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଉପରେ ଆଲୋଚନା ଆରମ୍ଭ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଏନେଇ ସୂଚୁନା...

ବ୍ରିଟେନ ରାଜ ପରିବାରରେ ସୁରକ୍ଷାରେ ତ୍ରୁଟି: ଓ୍ବିଣ୍ଡସର କ୍ୟାସେଲରୁ ଚୋରି

ଲଣ୍ଡନ,୧୯।୧୧: ଚୋରମାନେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ବିଶାଳ ୱିଣ୍ଡସର୍‌ କ୍ୟାସେଲ ଇଷ୍ଟେଟରୁ ଫାର୍ମ ଗାଡି ଚୋରି କରିଛନ୍ତି। ଏହା ପ୍ରିନ୍ସ ୱିଲିୟମ ଏବଂ କେଟ ମିଡଲେଟନଙ୍କ...

ଭିକ୍ଟୋରିଆଙ୍କୁ ମିସ୍‌ ୟୁନିଭର୍ସ କଲା ଟ୍ରମ୍ପ୍‌ ଇଫେକ୍ଟ

ମେକ୍ସିକୋ ସିଟି,୧୯ା୧୧: ଇତିହାସରେ ପ୍ରଥମ ଥର ପାଇଁ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନ୍‌ମାର୍କରୁ ଜଣେ ଡାନିଶ୍‌ ପ୍ରତିନିଧି ମିସ୍‌ ୟୁନିଭର୍ସ ହୋଇପାରିଛନ୍ତି। ଟାଇଟଲ ପାଇଁ ୮୦ରୁ ଊର୍ଦ୍ଧ୍ୱ...

ଆମେରିକାରେ ବିଦେଶୀ ଛାତ୍ର: ଭାରତରୁ ସର୍ବାଧିକ

ଓ୍ବାଶିଂଟନ,୧୯।୧୧: ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ସୋମବାର ଆମେରିକୀୟ ସଙ୍ଗଠନ...

ବ୍ରାଜିଲରେ ବାଇଡେନ୍‌ଙ୍କୁ ଭେଟିଲେ ମୋଦି

ରିଓ ଡି ଜନେଇରୋ ,୧୮ା୧୧: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ରିଓ ଡି ଜନେଇରୋରେ ପହଞ୍ଚତ୍ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ଆମେରିକାର...

ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଗାଜା ସିଟି ,୧୮ା୧୧:ଇସ୍ରାଏଲୀ ସେନା ସୋମବାର ଗାଜା ଷ୍ଟ୍ରିପ୍‌ରେ ବୋମାମାଡ଼ କରିବାରୁ ୨୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୬ ବିସ୍ଥାପିତ ରହିଛନ୍ତି, ଯେଉଁମାନେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri