Categories: ଜାତୀୟ

ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ପରେ ଭାରତ ଆସିପାରନ୍ତି ହଜାର ହଜାର ଶରଣାର୍ଥୀ

ନୂଆଦିଲ୍ଲୀ,୯ ।୪: ପଡୋଶୀ ଦେଶ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏବେ ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଯାହାର ଫଲ ସ୍ୱରୂପ ଏବେ ସେଠାରେ ଜଣେ ସାଧାରଣ ନାଗରିକ ବଞ୍ଚିବା କଷ୍ଟକର ବ୍ୟାପାର ହୋଇଯାଇଛି । ଏବେ ଅନୁମାନ କରାଯାଉଛି କି ଏହାର ପ୍ରଭାବ ଭାରତ ଉପରେ ସିଧାସଳଖ ପଡିପାରେ । ଆଶଙ୍କା କରାଯାଉଛି କି ଏବେ ଶ୍ରୀଲଙ୍କାରୁ ହଜାର ହଜାର ଶରଣାର୍ଥୀ ଶ୍ରୀଲଙ୍କା ଛାଡି ଭାରତ ପଳାଇ ଆସିପାରନ୍ତି । ଏବେ ଭାରତକୁ ଏହି ଶରଣାର୍ଥୀଙ୍କ ସାମ୍ନା କରିବାକୁ ପଡିପାରେ । ଅନୁମାନ କରାଯାଉଛି କି ଶୀଲଙ୍କା ଶରଣାର୍ଥୀଙ୍କ ସଂଖ୍ୟା ଏବେ ଅଧିକ ହେବ ଯେ ପୁଣିଥରେ ୧୯୮୩ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଯେତେବେଳେ ଶ୍ରୀଲଙ୍କାର ଲକ୍ଷ ଲକ୍ଷ ଶରଣାର୍ଥୀ ଭାରତ ଆସିଥିଲେ, ଆଉ ଏହି ପ୍ରକ୍ରିୟା ୨୦୧୨ ପର୍ଯ୍ୟନ୍ତ ଚାଲିଥିଲା ।

Share