Advertisement

ଶ୍ରୀଲଙ୍କାରେ ରାଜପକ୍ଷେଙ୍କ ଦଳକୁ ମିଳିଲା ବହୁମତ, ମୋଦି ଜଣାଇଲେ ଶୁଭେଚ୍ଛା

କଲମ୍ବୋ,୭।୮:ଶ୍ରୀଲଙ୍କା ହୋଇଥିବା ସାଧାରଣ ନିର୍ବାଚନରେ ମହିନ୍ଦ୍ରା ରାଜପକ୍ଷେଙ୍କ ଦଳ ବହୁମତ ହାସଲ କରିଛି। ଏହାସହ ରାଜପକ୍ଷେ ପୁଣିଥରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ହେବା ରାସ୍ତା ସଫା ହୋଇଛି। ରାଜପକ୍ଷେଙ୍କ ଭାଇ ପୂର୍ବରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଅଛନ୍ତି। ଶୁକ୍ରବାର ଆସିଥିବା ଫଳାଫଳ ଅନୁଯାୟୀ ମହିନ୍ଦ୍ରାଙ୍କ ଦଳ ଏସ୍‌ଏଲ୍‌ପିପି ମୋଟ ଆସନ ୨୨୫ରୁ ୧୪୫ଟି ଆସନ ମିଳିଛି। ଏହାସହ ଅନ୍ୟାନ୍ୟ ଦଳ ମଧ୍ୟ ରାଜପକ୍ଷେଙ୍କ ସହ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପକ୍ଷେଙ୍କୁ ଟୁଇଟ୍‌ ଯୋଗେ ବିଜୟର ଶୁଭେଚ୍ଛା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share