ଦିନକୁ ଦିନ ସ୍ଥିତି ଭୟଙ୍କର: ଶ୍ରୀଲଙ୍କା ଛାଡ଼ି ଭାରତ ମୁହାଁ ଲୋକେ

ନୂଆଦିଲ୍ଲୀ,୨୩।୩: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ପେଟ୍ରୋଲ ଓ ଡିଜେଲ ଅଭାବରୁ ଦେଶରେ ହାହାକାର ସ୍ଥିତି ଦେଖାଦେଇଛି। ଏସବୁ ଭିତରେ ଅନେକ ଲୋକ ଖାଦ୍ୟାଭାବରୁ ଶ୍ରୀଲଙ୍କା ଛାଡ଼ି ଏବେ ଭାରତ ମୁହାଁ ହେବାରେ ଲାଗିଛନ୍ତି। ଶ୍ରୀଲଙ୍କାରେ ରହୁଥିବା ତାମିଲ ପରିବାର ବେଆଇନ ଭାବେ ଭାରତରେ ପ୍ରବେଶ କରୁଛନ୍ତି। ମଙ୍ଗଳବାର ଭାରତୀୟ ତଟରକ୍ଷୀ ବାହିନୀ ମଙ୍ଗଳବାର ୮ ଜଣ ଶିଶୁଙ୍କ ସହ ୧୬ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିଛନ୍ତି। ଏମାନେ ସମସ୍ତେ ଜାଫନା ଓ କୋକୁପାଡାଇୟାନ ଅଞ୍ଚଳର । ତେବେ ଶ୍ରୀଲଙ୍କା ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ଆଗକୁ ଆହୁରି ଅନେକ ପରିବାର ଭାରତ ମୁହଁ ହେବାର ସମ୍ଭାବନା ଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।

Share