Categories: ଖେଳ

ଦଣ୍ଡିତ ହେଲା ଶ୍ରୀଲଙ୍କା ଦଳ

କଲମ୍ବୋ,୧୦।୬: ଅଷ୍ଟ୍ରେଲିଆ ବିପକ୍ଷରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଶ୍ରୀଲଙ୍କା ଦଳକୁ ଦଣ୍ଡିତ ହେବାକୁ ପଡ଼ିଛି। ଘରୋଇ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଓଭର କମ୍‌ ବୋଲିଂ କରିଥିଲା। ଏଥି ଲାଗି ଓଭର ପିଛା ମ୍ୟାଚ୍‌ ଫି’ର ୨୦ ପ୍ରତିଶତ ହିସାବରେ ଶ୍ରୀଲଙ୍କା ଦଳର ଖେଳାଳିଙ୍କ ୪୦ ପ୍ରତିଶତ ମ୍ୟାଚ୍‌ ଫି’ କାଟ କରାଯାଇଛି। ଏହି ବୋଲିଂ ହାର ସମ୍ପର୍କିତ ନିୟମ ଉଲ୍ଲଂଘନ କରିବା ପାଇଁ ଆଇସିସି ଏଲାଇଟ୍‌ ପ୍ୟାନେଲ ମ୍ୟାଚ୍‌ ରେଫରି ରଞ୍ଜନ ମାଦୁଗାଲେ ଶ୍ରୀଲଙ୍କା ଦଳର ମ୍ୟାଚ୍‌ ଫି’ କାଟ କରିବାକୁ ଦଣ୍ଡାଦେଶ ପ୍ରସ୍ତାବ ଦେଇଥିଲେ। ଘରୋଇ ଦଳର ଅଧିନାୟକ ଦାସୁନ ଶନାକା ଦୋଷ ସ୍ବୀକାର କରିବା ସହ ଦଣ୍ଡାଦେଶ ଗ୍ରହଣ କରି ନେଇଥିବାରୁ ଶୁଣାଣିର ଆବଶ୍ୟକତା ନାହିଁ। ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ଜିତି ନେଇଛି।

Share