Categories: ଖେଳ

ଭାରତକୁ ୨୧୬ ରନ୍‌ର ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

କୋତକାତା,୧୨।୧: ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଭାରତକୁ ୨୧୬ ରନର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୩୯.୪ ଓଭରରେ ୨୧୫ ରନରେ ଅଲଆଉଟ୍‌ ହୋଇଛି। ମହମ୍ମଦ ସିରାଜ ୫.୪ ଓଭରରେ ୩୦ ରନ ଦେଇ ୩ଟି ଉଇକେଟ୍‌ ନେଇଥିଲେ। ସିରାଜଙ୍କ ବ୍ୟତୀତ କୁଲଦୀପ ଯାଦବ ମଧ୍ୟ ୩ଟି ସଫଳତା ପାଇଥିଲେ। ୧୦ ଓଭରରେ ୫୧ ରନ ଦେଇ କୁଲଦୀପ ୩ଟି ଉଇକେଟ ନେଇଥିଲେ। ଆହତ ୟୁଜଭେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଏହି ମ୍ୟାଚରେ ଖେଳିବାର ସୁଯୋଗ ପାଇଥିଲେ।
ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିବା ନୁୱାନିଡୁ ଫର୍ନାଣ୍ଡୋ ସର୍ବାଧିକ ୫୦ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ କୁଶାଲ ମେଣ୍ଡିସ ୩୪ ଏବଂ ଦୁନିଥ ଭେଲାଲେଜ ୩୨ରନ ସ୍କୋର କରିଥିଲେ। ଭାନିନ୍ଦୁ ହାସରାଙ୍ଗା ୨୧ ଏବଂ ଅଭିସ୍କା ଫର୍ନାଣ୍ଡୋ ୨୦ ରନ କରିଥିଲେ। ଗତ ମ୍ୟାଜ୍‌ରେ ଶତକ ହାସଲ କରିଥିବା ଅଧିନାୟକ ଦାସୁନ ଶାନକା ଏହି ମ୍ୟାଚ୍‌ରେ ବିଫଳ ହୋଇଥିଲେ। ସେ କେବଳ ଦୁଇ ରନ ସ୍କୋର କରିଥିଲେ।
କୁଲଦୀପ ଏବଂ ସିରାଜ ୩ଟି ଲୋଖାଏ ଉଇକେଟ ନେବା ବ୍ୟତୀତ ଉମରନ ମଲିକ ଭାରତ ପାଇଁ ୨ଟି ଉଇକେଟ ନେଇଥିଲେ। ଅକ୍ଷର ପଟେଲ ଗୋଟିଏ ସଫଳତା ପାଇଥିଲେ।

Share