Categories: ଖେଳ

ଭାରତକୁ ୨୪୯ ରନ୍‌ର ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

କଲମ୍ବୋ,୭।୮: ଅଭିଶା ଫର୍ଣ୍ଣାଡୋ ଏବଂ କୁସାଲ ମେଣ୍ଡିସଙ୍କଠାରୁ ଅର୍ଦ୍ଧଶତକ ବଳରେ ଭାରତକୁ ୨୪୯ ରନ୍‌ର ଲକ୍ଷ୍ୟ ଦେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୭ ଉଇକେଟ୍‌ ହରାଇ ୨୪୮ ରନ ସଂଗ୍ରହ କରିଥିଲା। ଭାରତ ପାଇଁ ପ୍ରଥମ ଦିନିକିଆ ମ୍ୟାଚ ଖେଳୁଥିବା ରିଆନ ପରାଗ ୫୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। ଶ୍ରୀଲଙ୍କା ପାଇଁ ପୃଥମ ନିସଙ୍କା ଏବଂ ଫର୍ନାଣ୍ଡୋ ପ୍ରଥମ ଉଇକେଟ ପାଇଁ ୮୯ ରନ ଭାଗିଦାରୀ କରିଥିଲେ। ତେବେ ଫର୍ନାଣ୍ଡୋ ଶତକ ହରାଇ ୯୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଶେଷରେ କାମିନ୍ଦୁ ମେଣ୍ଡିସ ୧୯ଟି ବଲରେ ୨୩ ରନ ସଂଗ୍ରହ କରିଥିଲେ।

Share