କଲମ୍ବୋ,୨୩।୩: ସୁନାର ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ ଖାଦ୍ୟର ଅଭାବ ଦେଖାଦେଇଛି। ତେବେ ନିଜର ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ଯାଇ କାଙ୍ଗାଳ ଶ୍ରୀଲଙ୍କା ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଛି। ଏଥିସହ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ କ୍ରୟ କରାଯାଇଛି। ଏହି ସୂଚନା ଶ୍ରୀଲଙ୍କାର ବାଣିଜ୍ୟ ମନ୍ତ୍ରୀ ନଳିନ ଫର୍ନାଣ୍ଡୋ କହିଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ, ବାଣିଜ୍ୟ ମନ୍ତ୍ରୀ ନଳିନ ଫର୍ନାଣ୍ଡୋ ଗୁରୁବାର ଶ୍ରୀଲଙ୍କା ସଂସଦକୁ କହିଛନ୍ତି, ତାଙ୍କ ରାଜ୍ୟ ବାଣିଜ୍ୟ ଜେନେରାଲ କର୍ପୋରେସନ ଅଣ୍ଡା ଆମଦାନୀ କରିଛି। ଭାରତରୁ ଏହି ଅଣ୍ଡା ଆମଦାନୀ କରାଯାଇଛି ଏବଂ ସେମାନଙ୍କର ସାମଗ୍ରୀ ମଧ୍ୟ ଲଙ୍କାରେ ପହଞ୍ଚିସାରିଛି। ବର୍ତ୍ତମାନ ଅଣ୍ଡାକୁ ୩ଦିନ ମଧ୍ୟରେ ବଜାରକୁ ପଠାଯିବ ବୋଲି ଫର୍ନାଣ୍ଡୋ କହିଛନ୍ତି। ଏହାପୂର୍ବରୁ ଜାନୁଆରୀରେ ବଜାରରେ ଅଣ୍ଡାର ଅଭାବ ଦେଖାଦେଇଥିବା ବେଳେ ପଶୁ ଉତ୍ପାଦନ ଏବଂ ସ୍ବାସ୍ଥ୍ୟ ବିଭାଗ ଭାରତ ଏବଂ ପାକିସ୍ତାନରୁ ଅଣ୍ଡା ଆମଦାନୀକୁ ଅନୁମୋଦନ କରିବାକୁ ମନା କରିଦେଇଥିଲେ। କାରଣ ପୂର୍ବ ୬ମାସ ମଧ୍ୟରେ ଉଭୟ ଦେଶ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିଥିଲା।