ଭାରତକୁ ସାହାଯ୍ୟ ମାଗିଲା ଶ୍ରୀଲଙ୍କା

କଲମ୍ବୋ,୨୪।୧: ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ଦୁର୍ବଳ ହୋଇପଡିଛି ପଡୋଶୀ ଶ୍ରୀଲଙ୍କା। ଏବେ ଶ୍ରୀଲଙ୍କା ଭାରତର ସହାୟତା ଲୋଡିଛି। ଭାରତରୁ ୧.୫ ବିଲିୟନ ଡଲାର ସହାୟତା ପାଇବାକୁ ଆଶା କରାଯାଉଥିବା ଶ୍ରୀଲଙ୍କା ସରକାର କହିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଜି.ଏଲ ପେରିସ କହିଛନ୍ତି, ଆମେ ଯେଉଁ ସଙ୍କଟ ଦେଇ ଗତି କରୁଛୁ, ଭାରତରୁ ଅଧିକ ସହାୟତା ମିଳିପାରିବ। ନୂଆଦିଲ୍ଲୀରେ ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷେଙ୍କ ସହ ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା ପରେ ଏକ ରିଲିଫ ପ୍ୟାକେଜ ଗ୍ରହଣ କରାଯାଇଛି। ସେହିଭଳି, ଆମେ ଆଉ ୧.୫ ବିଲିୟନ ଡଲାର ପାଇବାର ସମ୍ଭାବନା ଅଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଯୋଗାଯୋଗ କରିବାର ବିକଳ୍ପ ଆମ ପାଇଁ ଖୋଲା ଅଛି ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, କିଛି ସପ୍ତାହ ପୂର୍ବରୁ ଶ୍ରୀଲଙ୍କାକୁ ଭାରତ ଏକ ବିଲିୟନ ଡଲାର ପ୍ୟାକେଜ ସହାୟତା ଘୋଷଣା କରିଥିଲା।

Share