ଭାରତ-ଚାଇନା ସହିତ ସମ୍ପର୍କ ନେଇ ଦ୍ୱନ୍ଦ୍ୱରେ ଶ୍ରୀଲଙ୍କା…

କଲମ୍ବୋ, ୨୫।୯ : ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ଖୁବ ଶୀଘ୍ର ଉଭୟ ଭାରତ ଏବଂ ଚାଇନା ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବେ। ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) କୁ ଚୂଡ଼ାନ୍ତ କରିବା ପାଇଁ ଭାରତ ସହିତ ଆଲୋଚନା ହେବ। ଏହର ସହିତ ଚାଇନା ସହିତ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଚର୍ଚ୍ଚା ହେବ।

ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ଯେ ଉଭୟ ଦେଶ ସହ ଆଲୋଚନା ଆରମ୍ଭ କରିବା ପଛରେ ବିକ୍ରମସିଂଘେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଏକ ବାର୍ତ୍ତା ପଠାଇବା ଯେ ଏହା ଉଭୟ ଭାରତ ଏବଂ ଚାଇନାକୁ ସମାନ ଗୁରୁତ୍ୱ ପ୍ରଦାନ କରୁଛି। ସେ ସୂଚାଇ ଦେବାକୁ ଚାହାଁନ୍ତି ଯେ ଉଭୟଙ୍କ ମଧ୍ୟରୁ କାହା ପ୍ରତି ତାଙ୍କର ଅଧିକ ସମ୍ପର୍କ ନାହିଁ ।

ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥିକ ସଙ୍କଟରେ ଅଛି। ଋଣ ଭାର ବଢ଼ି ଚାଲିଛି। ଏଥିରୁ ମୁକ୍ତିର ବାଟ ଖୋଜା ଚାଲିଛି। ଛନ୍ତି। ଶ୍ରୀଲଙ୍କାକୁ ଋଣ ଦେଇଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏବଂ ଚାଇନା ରହିଛନ୍ତି। ବିଶ୍ଳେଷକଙ୍କ କହିବାନୁସାରେ, ଭାରତ ଏବଂ ଚାଇନ ମଧ୍ୟରେ ଥିବା ତିକ୍ତତା ଯୋଗୁଁ ଶ୍ରୀଲଙ୍କାର ସମସ୍ୟା ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ସେ ଉଭୟ ଦେଶ ସହିତ ସମ୍ପର୍କ ଖରାପ କରିବାକୁ ଚାହୁଁନି।

ବିଶ୍ଳେଷକଙ୍କ ଅନୁଯାୟୀ ଭାରତକୁ ଆମେରିକାର ସମର୍ଥନ ରହିଛି। ସେଥିପାଇଁ ଭାରତକୁ ଖୁସି ରଖିବା ଶ୍ରୀଲଙ୍କା ପାଇଁ ବାଧ୍ୟତାମୂଳକ। ଅପରପକ୍ଷରେ, ଯଦି ଚାଇନା ଋଣ ରିହାତି ଦେବାକୁ ପ୍ରସ୍ତୁତ ନହେଲେ ଆଇଏମଏଫର ଋଣ ଅଟକି ଯାଇପାରେ। ସେଥିପାଇଁ ବିକ୍ରମସିଂଘେ ସରକାର ଉଭୟ ଦେଶଙ୍କ ସହିତ ବାଣିଜ୍ୟ ଆଲୋଚନା ଏକାସାଙ୍ଗରେ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୫ରେ ଶ୍ରୀଲଙ୍କା ଭାରତ ସହ ସିଇପିଏ ଉପରେ ଆଲୋଚନା ବନ୍ଦ କରିଦେଇଥିଲା। ପରେ ୨୦୧୬ରେ ଶ୍ରୀଲଙ୍କା ସରକାର ଏକ ନୂତନ ଅର୍ଥନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଚୁକ୍ତିନାମା ଉପରେ ଭାରତ ସହ ଆଲୋଚନା ଆରମ୍ଭ କରିଥିଲେ। କିନ୍ତୁ ଏହାକୁ ଟ୍ରେଡ ୟୁନିଅନ ମଧ୍ୟ ବିରୋଧ କରିଥିଲେ, ଏହି କାରଣରୁ ଏହି ବୁଝାମଣା ମଧ୍ୟ ବନ୍ଦ ହୋଇଯାଇଥିଲା। ଅପରପକ୍ଷରେ, ଶ୍ରୀଲଙ୍କାର ଚାଇନା ସହିତ ଏଫଟିଏ ଉପରେ ଆଲୋଚନା ୨୦୧୮ରେ ବନ୍ଦ ହୋଇଯାଇଥିଲା। ଏହାର କାରଣ ହେଉଛି ଶ୍ରୀଲଙ୍କା ଦାବ କରିଥିଲା ଯେ ୧୦ ବର୍ଷ ପରେ ଏଫଟିଏ ସମୀକ୍ଷା କରାଯାଉ। ଚୀନ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା।

Share