ଅନ୍ଧାରରେ ଶ୍ରୀଲଙ୍କା

କଲମ୍ବୋ,୧୦ା୧୨:ଶ୍ରୀଲଙ୍କାର ଏକ ବିଦ୍ୟୁତ୍‌ ସରବରାହ ମୁଖ୍ୟ ଲାଇନ ସିଷ୍ଟମ୍‌ ଫେଲ୍‌ ହେବାରୁ ଶନିବାର ସନ୍ଧ୍ୟାଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ବହୁ ଘଣ୍ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଅନ୍ଧକାର ହୋଇଯାଇଥିଲା। ବିଦ୍ୟୁତ୍‌ ଯୋଗାଣକୁ ପର୍ଯ୍ୟୟକ୍ରମେ ସମ୍ପୂର୍ଣ୍ଣ ପୁନଃସ୍ଥାପନ କରିବାକୁ ଦୀର୍ଘ ସମୟ ଲାଗିଯାଇଥିଲା ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଶ୍ରୀଲଙ୍କା ମୁଖ୍ୟତଃ ଜଳବିଦ୍ୟୁତ୍‌ ଉପରେ ନିର୍ଭରଶୀଳ। ଗତବର୍ଷ ଡ୍ୟାମ୍‌ଗୁଡ଼ିକରେ ଜଳସ୍ତର କମ୍‌ ଯୋଗୁ ପ୍ରତ୍ୟହ ବହୁ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ ହୋଇଥିଲା।

Share