ଶ୍ରୀଲଙ୍କାରୁ ହଟିଲା ଜରୁରିକାଳୀନ ପରିସ୍ଥିତି

କଲମ୍ବୋ,୨୧।୫: ପ୍ରାୟ ଦୁଇ ସପ୍ତାହ ପରେ ଶ୍ରୀଲଙ୍କା ସରକାର ଜରୁରିକାଳୀନ ପରିସ୍ଥିତିକୁ ହଟାଇ ଦେଇଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏଭଳି ଏକ ନିଷ୍ପତ୍ତି ନେଇ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆର୍ଥିକ ସଙ୍କଟ ସାଙ୍ଗକୁ ସରକାର ବିରୋଧରେ ଲୋକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମେ’ ୬ ତାରିଖ ତଥା ଦୁଇ ସପ୍ତାହ ପୂର୍ବେ ମଧ୍ୟରାତ୍ରିରୁ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଶୁକ୍ରବାର ମଧ୍ୟରାତ୍ରୀରୁ ଏହାକୁ ହଟାଇ ଦିଆଯାଇଥିବା ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧୁରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

Share