Categories: ଖେଳ

ଶ୍ରୀଲଙ୍କା ଏମ୍‌ପି କହିଲେ- ଆଇସିସିକୁ ଚଳାଉଛି ବିସିସିଆଇ, ଭାରତ ବିପକ୍ଷ ମୁକାବିଲାର ଯାଞ୍ଚ ହେଉ

ନୂଆଦିଲ୍ଲୀ,୯।୧୧: ବିଶ୍ୱକପ୍‌ର ୩୩ତମ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ମୁମ୍ବାଇରେ ଖେଳାଯାଇଥିବା ଏହି ମୁକାବିଲାରେ ଟିମ୍‌ ଇଣ୍ଡିଆ ୩୦୨ରନ୍‌ରେ ବିଜେତା ହୋଇ ଥିଲା। ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ହେଲେ ଏବେ ଏହି ମ୍ୟାଚ୍‌କୁ ନେଇ ଶ୍ରୀଲଙ୍କା ଏମ୍‌ପି ବିମଲ ବିରାଓ୍ବାନସା ପ୍ରଶ୍ନ ଉଠାଇଛନ୍ତି। ସେ ଶ୍ରୀଲଙ୍କା ଅଧିନାୟକ କୁଶାଲ ମେଣ୍ଡିସଙ୍କ ନିଷ୍ପତ୍ତିକୁ ମଧ୍ୟ ପ୍ରଶ୍ନ ଘେରକୁ ଆଣିଛନ୍ତି। ଭାରତ ବିପକ୍ଷ ଏହି ମ୍ୟାଚ୍‌ରେ ମେଣ୍ଡିସ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଏହି ମାମଲାରେ ଯାଞ୍ଚ ହେବା ଆବଶ୍ୟକ ବୋଲି ଏମ୍‌ପି କହିଛନ୍ତି।

ଏମ୍‌ପି ବିମଲ ଆଇସିସି ଉପରେ ଅଭିଯୋଗ କରି କହିଛନ୍ତି, ଆଇସିସିକୁ ବିସିସିଆଇ ଚଳାଉଛି। ଶ୍ରୀଲଙ୍କା ଚୟନ କମିଟିକୁ ମଧ୍ୟ ଭାରତ ନିଯୁକ୍ତ କରିଛି। ବିଶ୍ୱକପ୍‌ର ଓପନିଂ ମ୍ୟାଚ୍‌ରେ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନ ଥିଲା। ହେଲେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ମ୍ୟାଚ୍‌ ଦିନ ମେଣ୍ଡିସଙ୍କୁ ମହିଳା ଜୟବର୍ଦ୍ଧନେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କହିଥିଲେ। ହେଲେ ଉକ୍ତ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲେ ଦଳ ଭଲ ସ୍କୋର କରିଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୩୫୭ ରନ୍‌ କରିଥିଲା। ଜବାବରେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ କେବଳ ୫୫ ରନ୍‌ କରି ଅଲଆଉଟ୍‌ ହୋଇଥିଲେ।

Share