Categories: ଜାତୀୟ

୧୫ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

ରାମେଶ୍ୱରମ,୯।୭ : ଶ୍ରୀଲଙ୍କା ନୌସେନା ପାକ ଷ୍ଟ୍ରେଟର ଡେଲଫ୍ଟ ଦ୍ୱୀପରୁ ଦୁଇଟି ଡଙ୍ଗା ସହିତ ୧୫ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଧୀବରମାନେ ରାମେଶ୍ୱରମର ବାସିନ୍ଦା ବୋଲି ଜଣାପଡ଼ିଛି। ପାକ ଷ୍ଟ୍ରେଟ ହେଉଛି ଭାରତୀୟ ତାମିଲନାଡୁ ଏବଂ ଶ୍ରୀଲଙ୍କାର ଦ୍ୱୀପପୁଞ୍ଜର ଉତ୍ତର ପ୍ରଦେଶର ଜାଫନା ଜିଲା ମଧ୍ୟରେ ଏକ ସାମ୍ରଦିକ ସୀମା।

ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ପଚରା ଉଚରା କରାଯାଉଛି। ଧୀବରଙ୍କୁ ଫେରାଇ ଆଣିବା ପାଇଁ ତାମିଲନାଡୁ ମତ୍ସ୍ୟ ବିଭାଗ ପକ୍ଷରୁ ଶ୍ରୀଲଙ୍କା ନୌସେନା ସହିତ ଯୋଗାଯୋଗ ଆରମ୍ଭ ହୋଇଛି।

Share