୯ ଭାରତୀୟ ଧୀବରଙ୍କୁ ଗିରଫ କଲେ ଶ୍ରୀଲଙ୍କା ନୌସେନା…

କଲମ୍ବୋ,୨୫।୭ : ଶ୍ରୀଲଙ୍କା ନୌସେନା ନଅ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି ଏବଂ ଏହାର ଦୁଇଟି ଟ୍ରଲରକୁ ଏହାର ସାମୁଦ୍ରିକ ଜଳ ସୀମା ଭିତରେ ବେଆଇନ ମାଛ ଧରିବା ଅଭିଯୋଗରେ ଜବତ କରିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ସରକାରୀ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଜାଫନାର ଡେଲଫ୍ଟ ଦ୍ୱୀପ ନିକଟରେ ଭାରତୀୟ ଧୀବରଙ୍କୁ ଗିରଫ କରାଯାଇଛି। ଶ୍ରୀଲଙ୍କା ନୈସେନା କହିଛି ସୋମବାର ତାମିଲନାଡୁର ସମସ୍ତ ଧୀବର ଧରାପଡିଛନ୍ତି।

ଶ୍ରୀଲଙ୍କା ନୌସେନା ଏକ ବିବୃତ୍ତିରେ କହିଛି ଶ୍ରୀଲଙ୍କା ନୌସେନା ଏବଂ ତଟରକ୍ଷୀ ବାହିନୀ ଜୁଲାଇ ୨୪ ତାରିଖ ରାତିରେ ଶ୍ରୀଲଙ୍କା ସାମୁଦ୍ରିକ ସୀମା ଭିତରେ ମାଛ ଧରୁଥିବା ଭାରତୀୟ ଧୀବରଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଅପରେଶନ କରିଥିଲେ।

ଭାରତୀୟ ଧୀବରଙ୍କୁ ଜବତ ହୋଇଥିବା ଟ୍ରଲରରେ କାନକେସନ୍ଥୁରାଇ ବନ୍ଦରକୁ ନିଆଯାଇଛି ଏବଂ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାଲାଡି ମତ୍ସ୍ୟ ନିରୀକ୍ଷକଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ।

Share