ମାନବାଧିକାର ପରିଷଦରେ ପାରିତ ପ୍ରସ୍ତାବକୁ ଗ୍ରହଣ କରିବାକୁ ଶ୍ରୀଲଙ୍କା ଅମଙ୍ଗ…

କଲମ୍ବୋ,୮।୧୦ : ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଶ୍ରୀଲଙ୍କା ବିରୋଧରେ ପ୍ରସ୍ତାବ ପାରିତ ହେବା ପରେ ରାନିଲ ବିକ୍ରମସିଂଘେ ସରକାର ଦେଶବାସୀଙ୍କୁ ବନ୍ଧୁ ତଥା ଶତ୍ରୁ ଦେଶ ବିଷୟରେ ଅବଗତ କରାଇବା ଆରମ୍ଭ କରିଛନ୍ତି।

ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବା ଏବଂ ଭୋଟ ସମୟରେ ଅନୁପସ୍ଥିତ ଥିବା ଦେଶମାନଙ୍କୁ ଶ୍ରୀଲଙ୍କା ସରକାର ବିଶେଷ ଧନ୍ୟବାଦ ଦେଉଛନ୍ତି। ଶ୍ରୀଲଙ୍କାର ବେଦେଶିକ ମନ୍ତ୍ରୀ ଅଲି ସାବରି କହିଛନ୍ତି ଯେ ମାନବିକ ଅଧିକାରର ସୁରକ୍ଷା ସହିତ ଏହି ପ୍ରସ୍ତାବର କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହା ପରିବର୍ତ୍ତିତ ଭୂ-ରାଜନୀତିର ଫଳାଫଳ।

ଶ୍ରୀଲଙ୍କାର ତାମିଲ ଜନସଂଖ୍ୟାରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଆଣିଥିବା ପ୍ରସ୍ତାବ ସପକ୍ଷରେ ୨୦ ଦେଶ ଭୋଟ ଦେଇଛନ୍ତି। ସାତ ଦେଶ ଏହାକୁ ବିରୋଧ କରିଥିଲେ। ୨୦ ଟି ଦେଶ ମତଦାନରୁ ଦୂରେଇ ରହିଥିଲେ। ଏହି ପ୍ରସ୍ତାବକୁ ବିରୋଧ କରୁଥିବା ସାତୋଟି ଦେଶରେ ଶ୍ରୀଲଙ୍କା ବ୍ୟତୀତ ଚାଇନା ଏବଂ ପାକିସ୍ଥାନ ଅନ୍ତର୍ଭୁକ୍ତ। ଅନୁପସ୍ଥିତ ଥିବା ୨୦ଟି ଦେଶ ମଧ୍ୟରେ ଭାରତ, ଜାପାନ, ଇଣ୍ଡୋନେସିଆ, କତାର, ମାଲେସିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ।

ମତଦାନର ଫଳାଫଳ ଆସିବା ପରେ ଶ୍ରୀଲଙ୍କାର ଅଲି ସାବରି ୱେବସାଇଟ ଇକୋନୋମିକ୍ସ ଡଟ କମକୁ ଏକ ସ୍ବତନ୍ତ୍ର ଫୋନ ସାକ୍ଷାତକାରରେ କହିଛନ୍ତି ଯେ,ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଅନେକ ଦେଶ ଉପରେ ପ୍ରବଳ ଚାପ ପକାଯାଇଥିଲା। ସେ କହିଛନ୍ତି ସେଥିପାଇଁ ଆମେ ଏହାର ପରିମାଣ ଆଗରୁ ଜାଣିଥିଲୁ। ଜାତିସଂଘ ସୁରକ୍ଷା ପରିଷଦର ସଂରଚନା ବଦଳି ଯାଇଛି। ଆମର ଅନେକ ବନ୍ଧୁ ଦେଶ ଏଠାରେ ଆଉ ଉପସ୍ଥିତ ନାହାଁନ୍ତି ।
ପର୍ଯ୍ୟବେକ୍ଷକଙ୍କ କହିବାନୁସାରେ, ଗୁରୁବାର ପାରିତ ହୋଇଥିବା ପ୍ରସ୍ତାବରେ ଶ୍ରୀଲଙ୍କା ବିରୋଧରେ ଯେଉଁ ପ୍ରକାର କଠୋର ଭାଷା ବ୍ୟବହାର କରାଯାଇଥିଲା ତାହା ପୂର୍ବରୁ କେବେ ହୋଇନାହିଁ।

ଅଲି ସାବରି ସ୍ପଷ୍ଟ କରିଛନ୍ତି ଯେ ଶ୍ରୀଲଙ୍କାରେ ମାନବିକ ଅଧିକାରର ଉଲ୍ଲଂଘନ ଉପରେ ପ୍ରମାଣ ସଂଗ୍ରହ କରିବାକୁ କୌଣସି ବିଦେଶୀ ଉଦ୍ୟମକୁ ଶ୍ରୀଲଙ୍କା ସରକାର ସମର୍ଥନ କରିବେ ନାହିଁ। ଏହାକୁ ଅନୁମତି ଦେବା ଶ୍ରୀଲଙ୍କା ସମ୍ବିଧାନର ଉଲ୍ଲଂଘନ ହେବ ବୋଲି ସେ କହିଛନ୍ତି।

Share