ଭାରତ ସାହାର୍ଯ୍ୟ କରି ନ ଥିଲେ ଦେଶରେ ନରସଂହାର ହୋଇଥା’ନ୍ତା: ଶ୍ରୀଲାଙ୍କ ସଂସଦର ଅଧ୍ୟକ୍ଷ

କଲମ୍ବୋ,୮।୭: ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଶ୍ରୀଲଙ୍କା ସଂସଦର ଅଧ୍ୟକ୍ଷ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ କଲମ୍ବୋ ଏବଂ ଦିଲ୍ଲୀକୁ ପରସ୍ପରର ବିଶ୍ୱସ୍ତ ବନ୍ଧୁ ବୋଲି ଉଲ୍ଲେଖ କରିଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ନେବରହୁଡ ଫାଷ୍ଟ ନୀତି ୪ ବିଲିୟନ ଡ଼ଲାରର ସହାୟତା ପ୍ରଦାନ କରିଛି।
ଏନେଇ ସଂସଦର ଅଧ୍ୟକ୍ଷ ମହିନ୍ଦା ୟାପ ଆବେୱାର୍ଡେନ କହିଛନ୍ତି, ଆର୍ଥିକ ସଙ୍କଟ ସମୟରେ ଭାରତ ଆମକୁ ସାହାଯ୍ୟ କରିଛି। ସାହାର୍ଯ୍ୟ ବିନା ଦେଶରେ ନରସଂହାର ହୋଇଥା’ନ୍ତା। ସାଂସ୍କୃତିକ, ଜାତୀୟ ତଥା ରାଜନନୈତିକ ଦୃଷ୍ଟିରୁ ଶ୍ରୀଲଙ୍କା ଏବଂ ଭାରତ ନିବିଡ ଭାବରେ ଜଡିତ। ସବୁଠାରୁ ବଡ଼ କଥା ହେଲା, ଭାରତ ଶ୍ରୀଲଙ୍କାର ଏକ ବିଶ୍ୱସ୍ତ ବନ୍ଧୁ। ଅସୁବିଧା ସମୟରେ ଭାରତ ସବୁବେଳେ ସାହାଯ୍ୟ କରିଆସୁଛି। ଇତିହାସରେ କେହି ଆମକୁ ଏହିପରି ସାହାଯ୍ୟ କରିନାହାଁନ୍ତି କିମ୍ବା ଆମେ ଏପରି ସାହାଯ୍ୟ କେବେ ଆଶା କରି ନ ଥିଲୁ।

Share