କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନେତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅବୟଓ୍ବୋର୍ଡେନା ଗୁରୁବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସାମ୍ବିଧାନିକ ସମାଧାନ ଉପରେ ଆଲୋଚନା କରିବା ପାଇଁ ବାଚସ୍ପତି ମହିନ୍ଦା ୟାପା ଏହି ବୈଠକ ଡକାଇଥିବା ନେଇ ସୋମବାର ଘୋଷଣା କରିଛନ୍ତି। ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବାଲବଗୈୟା(ଏସ୍ଜିବି) ଦେଶରେ ରାଷ୍ଟ୍ରପତିଙ୍କ ଶାସନ ବ୍ୟବସ୍ଥାକୁ ଶେଷ କରିବା ପାଇଁ ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଆଗତ କରିଛି। ୧୯୭୮ଠାରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରପତି ଶାସନ ବ୍ୟବସ୍ଥାକୁ ସମାପ୍ତ କରି ସାମ୍ବିଧାନିକ ଗଣତନ୍ତ୍ରକୁ ପୁଣି ଥରେ ଆରମ୍ଭ କରିବା ପାଇଁ ବିରୋଧୀ ଦାବି କରିଛି।