ଶ୍ରୀଲଙ୍କାରେ ହୋଇପାରେ ବଡ ଧରଣର ପରିବର୍ତ୍ତନ

କଲମ୍ବୋ,୧୭।୭: ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଚଳିତ ସପ୍ତାହରେ ପ୍ରଥମ ଥର ଲାଗି ଔପଚାରିକ ଯାତ୍ରାରେ ଭାରତ ଆସିପାରନ୍ତି। ଭାରତ ଯାତ୍ରା ପୂର୍ବରୁ ସେ ମଙ୍ଗଳବାର ସଂସଦରେ ତମିଲ ନାଶନାଲ ଆଲାଏନ୍ସ(ଟିଏନଏ) ସହ ବୈଠକ କରିବେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି କୁହଯାଉଛି ଯେ ଏହି ବୈଂକରେ ତମିଲ ସଂଖ୍ୟାଲଘୁଙ୍କ ଦୀର୍ଘଦିନ ହେବ ଲାଗି ରହିଥିବା ସ୍ବାୟତ୍ତାର ଦାବି ଉପରେ କୌଣସି ନିଷ୍ପତ୍ତି ହୋଇପାରେ।
ଟିଏନଏ ହେଉଛି ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବରେ ଆଞ୍ଚଳିକ ତମିଲ ଦଳର ଏକ ମେଣ୍ଟ। ତମିଲଙ୍କ ପାଇଁ ରାଜନୈତିକ ସ୍ବାଧୀନତା ଦାବିରେ ଗତ ଡିସେମ୍ବରରୁ ଟିଏନଏ ଏବଂ ବିକ୍ରମାସିଂଘେ ଆଲୋଚନା କରୁଛନ୍ତି। ଭାରତ ସମର୍ଥିତ ୧୩ତମ ସଂଶୋଧନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ବିକ୍ରମାସିଂଘେ ବିଚାର କରୁଛନ୍ତି। ତେବେ ଶ୍ରୀଲଙ୍କାର ବୌଦ୍ଧ ପୁରୋହିତ ଶ୍ରେଣୀ ଏହାକୁ ଘୋର ବିରୋଧ କରୁଛି। ୧୩ତମ ସଂଶୋଧନ ଅଧୀନରେ ତମିଲମାନଙ୍କୁ ଅନେକ ଅଧିକାର ମିଳିବ। ଏଥିପାଇଁ ଭାରତ ମଧ୍ୟ ଶ୍ରୀଲଙ୍କା ଉପରେ ଚାପ ପକାଉଛି। ୧୯୮୭ରେ, ଭାରତ-ଶ୍ରୀଲଙ୍କା ଚୁକ୍ତିନାମା ଅନୁଯାୟୀ, ଶ୍ରୀଲଙ୍କାକୁ ୧୩ଏ ସଂଶୋଧନକୁ କାର୍ଯ୍ୟକାରୀ କରିବାକୁ ଥିଲା।

Share