Categories: ଖେଳ

ଏସିଆ କପ ପୂର୍ବରୁ ଶ୍ରୀଲଙ୍କାକୁ ଝଟକା: ସନ୍ୟାସ ନେବାକୁ ଇଚ୍ଛା କଲେ ଏହି ଷ୍ଟାର ସ୍ପିନର

କଲମ୍ବୋ,୧୫।୮: ଏସିଆ କପ ୨୦୨୨ରେ ଚାମ୍ପିୟନ ହୋଇଥିବା ଶ୍ରୀଲଙ୍କାର ସାମ୍ନାରେ ଏକ ବଡ ସମସ୍ୟା ରହିଛି। ଦଳର ଷ୍ଟାର ସ୍ପିନର ୱାନିନ୍ଦୁ ହସରଙ୍ଗା ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅଗଷ୍ଟ ୧୫ ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଜେ ନିଶ୍ଚିତ କରିଛି ଯେ, ୱାନିନ୍ଦୁ ହସରଙ୍ଗା ରେଡ ବଲ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହ୍ବାଇଟ୍‌ ବଲ କ୍ରିକେଟ ଉପରେ ଧ୍ୟାନ ଦେବା ପାଇଁ ହସରଙ୍ଗା ଏହା କରିବାକୁ ଚାହୁଁଛନ୍ତି।

୨୬ ବର୍ଷୀୟ ହସରଙ୍ଗା ଏ ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ କେବଳ ଚାରିଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୪ ଉଇକେଟ୍‌ ନେଇଛନ୍ତି। ଡିସେମ୍ବର ୨୦୨୦ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଅନ୍ୟପକ୍ଷରେ, ହସରଙ୍ଗା ଏପ୍ରିଲ ୨୦୨୧ରେ ବାଂଲାଦେଶ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ।

 

Share