ଶ୍ରୀଲଙ୍କାରେ ପେଟ୍ରୋଲଠାରୁ ମହଙ୍ଗା ହେଲା କ୍ଷୀର

କଲମ୍ବୋ,୨ ।୪: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେଠାରେ ଏବେ ହସ୍ପିଟାଲରେ ଔଷଧ ମିଳୁନାହିଁ । ପେଟ୍ରୋଲ ଡିଜେଲର ସମସ୍ୟା ଦେଖାଦେବା ପରେ ଏବେ ପେଟ୍ରୋଲ ପମ୍ପରେ ସେନା ମୁତୟନ କରାଯାଇଛି । ତେବେ ୨୦୧୫ ପରେ ଶ୍ରୀଲଙ୍କାରେ ମହଙ୍ଗା ମାଡ ରେକର୍ଡ ଭାଙ୍ଗିଛି । ଏବେ ଲୋକେ ପନିପରିବା ଓ ସାଧାରଣ ଆବଶ୍ୟକ ସାମଗ୍ରୀ ପାଇଁ ବି ହଟହଟା ହେଉଛନ୍ତି ।
ଏଠାରେ ଦେଖାଦେଇଥିବା ବିଜୁଳି ସଙ୍କଟ ଯୋଗୁ ଟ୍ରେନ୍ ଓ ବସ ସେବା ବାଧାପ୍ରାପ୍ତ ହୋଇଛି । ଏଠାରେ ଏବେ ମହଙ୍ଗା ମାଡ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ଲଙ୍କା କିଲୋର ଦାମ୍ ପହଞ୍ଚିଛି ୭୧୦ ଟଙ୍କାରେ । ସେହିପରି ଆଳୁ କିଲୋ ସାଧାରଣ ଜନତାଙ୍କ ପାଇଁ ୨୦୦ଟଙ୍କାରୁ ଅଧିକ ରହିଛି । ଏବେ ଶ୍ରୀଲଙ୍କାରେ ୧ ଲିଟର ପେଟ୍ରୋଲର ଦାମ ୨୫୪ ଟଙ୍କା ଥିବା ବେଳେ, ଲିଟର ପିଛା କ୍ଷୀରର ଦାମ ରହିଛି ୨୬୩ ଟଙ୍କା । ଗୋଟିଏ ପାଉଁରୁଟିର ଦାମ ୧୫୦ ଟଙ୍କାରେ ପହଞ୍ଚିଲାଣି ।
ଏହି ସମୟରେ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି ଭାରତ । ବୈଦେଶିକ ମୁଦ୍ରା ଅଭାବ ଯୋଗୁ ଗତ ସପ୍ତାହରେ ଭାରତ ୧ ଅରବ ଡଲାର ଆର୍ଥିକ ସହାୟତା ଦେଇଛି । ଜାନୁୟାରୀରୁ ଏବେ ପର୍ଯ୍ୟନ୍ତ ଭାରତ ଶ୍ରୀଲଙ୍କାକୁ ୨.୪ ବିଲିୟନ ଡଲାର ଆର୍ଥିକ ସହାୟତା ଯୋଗାଇ ସାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମୁକାବିଲାରେ ମୁମ୍ବାଇକୁ ହରାଇଲା ଆରସିବି: ଶେଷ ଓଭରରେ ଯାଦୁ ଦେଖାଇଲେ କ୍ରୁନାଲ

ମୁମ୍ବାଇ, ୭।୪-ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ତୀବ୍ର...

ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ...

ଐତିହାସିକ ରେକର୍ଡ ହାସଲ କଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରଥମ ଭାରତୀୟ ଭାବେ କଲେ ଚମତ୍କାର

ମୁମ୍ବାଇ,୮।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। IPL 2025ର ୨୦ତମ...

ଜିଲାସ୍ତରୀୟ ସ୍କାଉଟ୍ସ-ଗାଇଡସ କ୍ୟାମ୍ପୋରି ଉଦଘାଟିତ: ୧୨ଟି ବ୍ଲକର ୫୨୧ ଛାତ୍ରୀଛାତ୍ରଙ୍କ ଯୋଗଦାନ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାସ୍ତରୀୟ ସ୍କାଉଟ୍ସ ଏବଂ ଗାଇଡସ କ୍ୟାମ୍ପୋରିରି ସୋମବାର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲା...

ଟି-୨୦ ବିରାଟ କୋହଲିଙ୍କ ବଡ଼ ରେକର୍ଡ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ମୁମ୍ବାଇ,୭।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୋମବାର IPL 2025ରେ ଏକ ମ୍ୟାଚ୍‌ରେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି।...

ଜନ ଅଭିଯୋଗ ଶୁଣାଣି ଶିବିର: ୫୯ ଅଭିଯୋଗ ପଞ୍ଜୀକୃତ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ...

ସି.ଏମ୍‌ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନୀ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବିଜୟୀ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର...

ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ରାୟ ସରକାରଙ୍କ ପ୍ରଦତ୍ତ ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଆଧ୍ୟାତ୍ମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image