କଲମ୍ବୋ,୨୨।୭: ଟିମ୍ ଇଣ୍ଡିଆ ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେବା ପରେ ଫିଲ୍ଡରେ ମୁହଁାମୁହିଁ ହୋଇଥିଲେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଓ କୋଚ୍ ମିକି ଆର୍ଥର। ଏ ଘଟଣା ଉପରେ ପ୍ରଥମ ଥର ପାଇଁ ଗୁରୁବାର ମୁହଁ ଖୋଲିଛନ୍ତି ଅଧିନାୟକ ଶାନାକା।
ଡ୍ରେସିଂ ରୁମ୍ରେ ଏଭଳି ଘଟଣା ଘଟିବା କଥା। ଏଥି ଲାଗି ଫିଲ୍ଡ ଭଳି ସର୍ବସାଧାରଣ ସ୍ଥାନ ଉଚିତ ନୁହେଁ। ମୋତେ କୋଚ୍ ଆର୍ଥର ପଚାରିଥିଲେ, ଆମ ପ୍ଲାନରୁ ଦୂରେଇ ଗଲ କି। ମୁଁ କହିଲି ନା, ମୁଁ କୌଣସି ଯୋଜନାକୁ ପରିବର୍ତ୍ତନ କରି ନାହିଁ। ଆମ ମଧ୍ୟରେ କୌଣସି ଯୁକ୍ତିତର୍କ ହୋଇନାହିଁ ବୋଲି ଶାନାକା କହିଛନ୍ତି।
ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍କୁ ୩ ଉଇକେଟରେ ଜିତି ଭାରତ ୩ ଟିକିଆ ଦିନିକିଆ ସିରିଜ୍କୁ ଆଗୁଆ ଜିତି ନେଇଛି। ପରାଜୟ ପରେ ଦକ୍ଷିଣ ଆଫ୍ରିକୀୟ କୋଚ୍ ଆର୍ଥର ଓ ଅଧିନାୟକ ଶାନାକାଙ୍କ ମଧ୍ୟରୁ ଫିଲ୍ଡରେ ଯୁକ୍ତିତର୍କ ହୋଇଥିଲା।