Categories: ଜାତୀୟ

ଭାରତରୁ କରୋନା ଟିକା କିଣିବ ଶ୍ରୀଲଙ୍କା

କଲମ୍ବୋ,୨୭।୧: ଭାରତରୁ ୨ରୁ ୩ ମିଲିୟନ ଡୋଜ କରୋନା ଟିକା କିଣିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସାଙ୍କ ପରାମର୍ଶଦାତା ଲଲିଥ ୱିରାଟୁଙ୍ଗା ସୂଚନା ଦେଇଛନ୍ତି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟରେ ପ୍ରସ୍ତୁତ କୋଭିସିଲ୍ଡ ଟିକା କିଣିବ ପାଇଁ ଇଚ୍ଛା ପ୍ରକଟ କରିଛି। ଏଥିପୂର୍ବରୁ ଭାରତ ଉପହାର ସ୍ବରୂପ ମାଗଣାରେ ଶ୍ରୀଲଙ୍କାକୁ ଟିକା ପ୍ରଦାନ କରିଛି। ଶ୍ରୀଲଙ୍କାରେ ପ୍ରଥମେ ୨.୫ଲକ୍ଷ ଲୋକ ମୁଖ୍ୟତଃ ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ ଏବଂ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ବୃଦ୍ଧଙ୍କୁ ଟିକା ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

Share