ଗଲ,୧୪।୧: ଶ୍ରୀଲଙ୍କା ଏବଂ ଇଂଲଣ୍ଡର ମଧ୍ୟରେ ଗଲ୍ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଆଜିଠୁ ଆରମ୍ଭ ହୋଇଛି। କରୋନା ମହାମାରୀ ଭିତରେ ୧୦ ପରେ ଶ୍ରୀଲଙ୍କା ନିଜ ମାଟିଲେ ପ୍ରଥମ ଟେଷ୍ଟ ଖେଳୁଛି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନ ଶ୍ରୀଲଙ୍କାର କୌଣସି ବ୍ୟାଟ୍ସମ୍ୟାନ୍ ଭଲ ସ୍କୋର କରିପାରି ନ ଥିଲେ। ଫଳରେ ଘରୋଇ ଦଳ ମାତ୍ର ୧୩୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଦଳର ବ୍ୟାଟ୍ସମ୍ୟାନ୍ କୁଶାଳ ମେଣ୍ଡିସ୍ ଲଗାତାର ୪ଥର ପାଇଁ ଶୂନରେ ଆଉଟ୍ ହୋଇଥିଲେ। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ୩ ପାଳିରେ ଶୂନରେ ଆଉଟ୍ ହୋଇଥିଲେ। ମେଣ୍ଡିସ ଏବେ ପଙ୍କଜ ରାୟ, ମହିନ୍ଦର ଅମରନାଥ ଏବଂ ମାର୍କ ଓ୍ବଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଏହି ୩ ବ୍ୟାଟ୍ସମ୍ୟାନ୍ ଟେଷ୍ଟ ମ୍ୟାଚ୍ରେ ଲଗାତାର ୪ ପାଳିରେ ଶୂନରେ ଆଉଟ୍ ହୋଇଛନ୍ତି। ଏହି ଲିଷ୍ଟର ଟପ୍ରେ ଡ୍ୟାନି ମରିସନ ଅଛନ୍ତି। ଯିଏ କି ଲଗାତର ୫ଥର ଶୂନରେ ଆଉଟ୍ ହୋଇଛନ୍ତି।