ନୂଆଦିଲ୍ଲୀ,୧୧।୯: ଏସିଆ କପ୍ ୨୦୨୨ର ଫାଇନାଲ ମୁକାବିଲା ଆଜି ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉଭୟ ଟିମ୍ର ପରିସଂଖ୍ୟାନକୁ ଦେଖିଲେ ପାକିସ୍ତାନ ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏଯାବତ ଉଭୟ ଦେଶ ମଧ୍ୟରେ ୨୧ ଟି୨୦ ମ୍ୟାଚ୍ ଖେଳାଯାଇଥିଲେ। ଏଥିରୁ ପାକିସ୍ତାନ ୧୩ ମ୍ୟାଚ୍ ଜିତିଥିବା ବେଳେ ଶ୍ରୀଲଙ୍କା ୮ ମ୍ୟାଚ୍ ଜିତିଛି। ଏପରିକି ଦୁଇ ଦଳ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ ଟି୨୦ ମ୍ୟାଚ୍ରେ ଶ୍ରୀଲଙ୍କା ୩-୨ରେ ଅଗ୍ରଣୀ ଅଛି। ଏମିତିରେ ଫାଇନାଲ ମ୍ୟାଚ୍କୁ ନେଇ ଉତ୍କଣ୍ଠା ବୃଦ୍ଧି ପାଇଛି। ତେବେ ଏହି ମ୍ୟାଚ୍ର ଲାଇଭ ପ୍ରସାରଣ ଆପଣ କେବେ, କେଉଁଠି ଆଉ କିଭଳି ଦେଖିପାରିବେ ଆସନ୍ତୁ ଜାଣିବା:-
ଫାଇନାଲ ମ୍ୟାଚ୍ କେବେ ଖେଳାଯିବ?
-ସେପ୍ଟେମ୍ବର ୧୧ ରବିବାରରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୨ର ଫାଇନାଲ ମ୍ୟାଚ୍ ଖେଳାଯିବ।
କେଉଁଠାରେ ଖେଳାଯିବ?
-ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।
କେତେବେଳେ ଆରମ୍ଭ ହେବ?
-ରବିବାର ସନ୍ଧ୍ୟା ୭.୩୦ରେ ମ୍ୟାଚ୍ ଆରମ୍ଭ ହେବ। ଏହାର ଅଧଘଣ୍ଟା ପୂର୍ବରୁ ଟସ୍ ପଡ଼ିବ।
କେଉଁ ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ ହେବ?
– ଷ୍ଟାର ସ୍ପୋଟର୍ସ ନେଟଓ୍ବାର୍କର ବିଭିନ୍ନ ଚ୍ୟାନେଲରେ ଏହି ମ୍ୟାଚ୍ର ପ୍ରସାରଣ ହେବ।
ଅନଲାଇନ୍ରେ କିଭଳି ମ୍ୟାଚ୍କୁ ଦେଖିପାରିବେ?
-ଡିଜ୍ନୀ ପ୍ଲସ୍ ହଟ୍ଷ୍ଟାର ଆପ୍ରେ ଏହି ମ୍ୟାଚ୍ର ଅନଲାଇନ୍ ଷ୍ଟ୍ରିମିଂ ଦେଖିହେବ। ଏହାଛଡ଼ା ଗୁଗଲରୁ ମଧ୍ୟ ମ୍ୟାଚ୍ ସମ୍ବନ୍ଧୀୟ କଭରେଜ୍ ପାଇବାକୁ ସକ୍ଷମ ହେବେ।