Categories: ଖେଳ

ଅଙ୍କଲ ପର୍ସିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୀଲଙ୍କା ଖେଳାଳି

ମୁମ୍ବାଇ,୨ା୧୧: ଗୁରୁବାର ଭାରତ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ଖେଳାଳିମାନେ ‘କିମ୍ବଦନ୍ତୀ ଚିୟର ଲିଡର ତଥା ‘ସୁପରମ୍ୟାନ’ ପର୍ସି ଆବେସେକରାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସ୍ବରୂପ କଳା ପଟି ବାନ୍ଧି ଖେଳିଥିଲେ। ଆବେସେକରା ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ନିକଟରେ ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ସେ ‘ଅଙ୍କଲ ପର୍ସି’ ଭାବେ ପରିଚିତ ଥିଲେ।

୧୯୭୯ ବିଶ୍ୱକପ୍‌ ପରଠାରୁ ଶ୍ରୀଲଙ୍କାର ପ୍ରାୟ ପ୍ରତ୍ୟେକ ମ୍ୟାଚରେ ତାଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ୧୯୯୬ରେ ଶ୍ରୀଲଙ୍କା ବିଶ୍ୱକପ୍‌ର ସହଆୟୋଜକ ସମୟରେ ସେ ଲୋକପ୍ରିୟତା ଅର୍ଜନ କରିଥିଲେ। ମ୍ୟାଚ ବେଳେ ସେ ଶ୍ରୀଲଙ୍କାର ଏକ ବଡ଼ ପତାକା ଦେଖାଇ ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ।

Share