Categories: ଖେଳ

କାମ ଦେଲାନି ସୂର୍ଯ୍ୟକୁମାର, ଅକ୍ଷରଙ୍କ ଧୂଆଁଧାର ବ୍ୟାଟିଂ

ପୁଣେ,୫ା୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୧୬ ରନ୍‌ରେ ବିଜୟ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା କୁଶାଲ ମେଣ୍ଡିସ୍‌ ୫୨ ଓ ଦାଶୁନ ସନକାଙ୍କ ୫୬* ରନ୍‌ ବଳରେ ୭ ଉଇକେଟରେ ୨୦୬ ରନ୍‌ କରିଥିଲା। ଜବାବରେ ଭାରତ ୨୦ ଓଭରରେ ୮ ଉଇପେକଟ ହରାଇ ୧୯୦ ରନ୍‌ କରିବାରେ ସକ୍ଷମ ହୋଇଥିଲା।

୨୦୭ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୪ ରନ୍‌ରେ ୪ ବ୍ୟାଟରଙ୍କୁ ହରାଇଥିଲା। ତେବେ ସୂର୍ଯ୍ୟକୁମାର ଯାଦବ ୫୧ ଓ ଅକ୍ଷର ପଟେଲ ୬୫ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟର ନିକଟତର ହୋଇଥିଲା। ଶେଷ ଆଡକୁ ଶିବମ ମାଭି ୨୬ ରନ୍‌ କରିଥିଲେ। ୩୦ ବଲରୁ ୬୫ ରନ୍‌ କରିଥିବା ଅକ୍ଷର ଶେଷ ଓଭରରେ ଆଉଟ ହେବାରୁ ଭାରତର ବିଜୟ ସମ୍ଭାବନା ଶେଷ ହୋଇ ଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ କସୁନ୍‌ ରଜିଥା ଓ ଦିଲଶାନ ମଦୁଶନକା ୨ଟି ଲେଖାଏ ଉଇକେଟ ନେଇଥିଲେ।

Share