Categories: ଖେଳ

ଏସିଆ କପ୍‌ ଟାଇଟଲ ହାତେଇଲା ଶ୍ରୀଲଙ୍କା

ଦୁବାଇ,୧୧।୯: ଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଏସିଆ କପ୍‌ ଟାଇଟଲ ହାତେଇଛି ଶ୍ରୀଲଙ୍କା। ଭାନୁକା ରାଜପାକ୍ସେଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପ୍ରମୋଦ ମଦୁଶାନ୍‌ ଓ ୱାନିଣ୍ଡୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ରେ ପରାସ୍ତ କରି ଚାମ୍ପିୟନ ହୋଇଛି।

ଏସିଆ କପ-୨୦୨୨ ଫାଇନାଲ ମୁକାବିଲାରେ ଶ୍ରୀଲଙ୍କା ବିପକ୍ଷରେ ଟସ୍‌ ଜିଣି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ କରି ଭାନୁକା ରାଜପାକ୍ସେ ୪୫ ବଲ୍‌ରେ ୭୧ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ୍‌ କରିଥିଲା। ଫଳରେ ଶ୍ରୀଲଙ୍କା ପାକିସ୍ତାନ ଆଗରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ହେଲେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୪୭ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ଶ୍ରୀଲଙ୍କା ଏସିଆ କପ୍‌ ଚାମ୍ପିୟନ ହୋଇଛି।

ଶ୍ରୀଲଙ୍କାର ସଫଳ ବୋଲର ପ୍ରମୋଦ ୪ ଉଇକେଟ ହାସଲ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହସରଙ୍ଗା ୩ ଓ କରୁଣାରତ୍ନେ ୨ ଉଇକେଟ ନେଇଥିଲେ। ମହମ୍ମଦ ରିଜଓ୍ବାନ ଟୁର୍ନାମେଣ୍ଟର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ଭାବେ ୨୮୧ ରନ୍‌ କରିଥିବା ବେଳେ ଭୁବନେଶ୍ୱର କୁମାର ୧୧ ଉଇକେଟ ସହିତ ଅଗ୍ରଣୀ ବୋଲର ହୋଇଛନ୍ତି।

Share