କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି କୋଲକତାରେ ଖୋଳାଯାଉଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା ମର ହେବ। ଯଦି ଭ୍ରମଣକାରୀ ଦଳ ଏହି ମ୍ୟାଚରେ ପରାଜିତ ହେବ, ତେବେ ସିରିଜ୍ ହାରିବ। ଗୁଆହାଟିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଜିତିବା ପରେ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ମହମ୍ମଦ ଶାମି, କୁଲଦୀପ ଯାଦବ, ଉମରାନ ମଲିକ, ମହମ୍ମଦ ସିରାଜ।
ଶ୍ରୀଲଙ୍କା ଦଳ: ଅଭିସ୍କା ଫର୍ନାଣ୍ଡୋ, ନୁୱାନିଡୁ ଫର୍ନାଣ୍ଡୋ, କୁସାଲ ମେଣ୍ଡିସ (ଉଇକେଟ କିପର), ଚାରିଥ ଆସଲଙ୍କା, ଧନଞ୍ଜୟ ଡି ସିଲଭା, ଦାସୁନ ଶାନକା (ଅଧିନାୟକ), ୱାନିନ୍ଦୁ ହାସରାଙ୍ଗା, ଚାମିକା କରୁଣାତ୍ନେ, ଦୁନିଥ ଭେଲାଲେଜ, ଲାହିରୁ କୁମାରା, କାସୁନ ରାଜିତା