Categories: ଖେଳ

ଟସ୍‌ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଡ଼ା ମୁକାବିଲା ହେଉଛି। ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି।

ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛି। ସେହିପରି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକାଙ୍କ ନେତୃତ୍ୱରେ ଟିମ୍‌ ଶ୍ରୀଲଙ୍କା ବୋଲିଂ କରିବାକୁ ଅଣ୍ଟା ଭିଡ଼ିଛି।

Share