Categories: ଖେଳ

ସ୍ବଦେଶ ଫେରିବା ବଦଳରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର କ୍ରିକେଟର

ସିଡନୀ,୬।୧୧: ଜଣେ ୨୯ ବର୍ଷୀୟ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର୍‌ କ୍ରିକେଟର ଦାନୁଷ୍କା ଗୁନାଥିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି।

କହିରଖୁଛୁ, ଶ୍ରୀଲଙ୍କା ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୨ର ସୁପର-୧୨ ମୁକାବିଲାରେ ପ୍ରବେଶ କରିଥିଲା। ଗ୍ରୁପ-୧ରେ ଦଳ ନିଜର ଅନ୍ତିମ ମୁକାବିଲା ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପରାଜିତ ହୋଇଥିବା ବେଳେ ଦାନୁଷ୍କା ଟିମ୍‌ ସହ ଥିଲେ। ଏହି ମୁକାବିଲା ପରେ ଦାନୁଷ୍କାଙ୍କୁ ପୋଲିସ ଗିରଫ କରିନେଇଥିଲା। ଅପରପକ୍ଷେ ଶ୍ରୀଲଙ୍କା ଟିମ୍‌ ଚଳିତ ଥର ବିଶ୍ୱକପ୍‌ର ସେମିଫାଇନାଲରେ ପହଞ୍ଚିପାରି ନାହିଁ। ଏହି କାରଣରୁ ଦଳ ଏବେ ସ୍ବଦେଶ ଫେରିଛି। ହେଲେ ଗିରଫ ହେବା କାରଣରୁ ତାଙ୍କ ସହ ଦାନୁଷ୍କା ଯାଇନାହାନ୍ତି।

Share