୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

କଲମ୍ବୋ,୧୩।୨: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ବେଆଇନ ଭାବେ ମାଛ ଧରିବା ପାଇଁ ୨ ଡଙ୍ଗା ମଧ୍ୟ ଜବତ କରିଛି। ରବିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ନୌସେନା କହିଛି, ତଲାଇମନ୍ନାର ଉତ୍ତର ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ଏହି ମତ୍ସ୍ୟଜୀବୀମାନେ ସମୁଦ୍ରର ଜଳ ତଳେ ଜାଲ ପକାଇ ମାଛ ଧରୁଥିଲେ।
ଫେବୃୟାରୀ ୧୨ ରାତ୍ରିରେ ସମୁଦ୍ରରେ ଏକ ଅପରେସନ କରାଯାଇଥିଲା। ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ନୌସେନା ଦୁଇଟି ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ଜବତ କରିବା ସହ ଶ୍ରୀଲଙ୍କା ଜଳରେ ମାଛ ଧରୁଥିବା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ଫେବୃୟାରୀ ୮ରେ ମାଛ ଧରିବା ଅଭିଯୋଗରେ ୧୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା।

Share