Categories: ଖେଳ

କୋହଲି, ଧୋନୀ, ଦ୍ରାଭିଡଙ୍କ ଭଳି ଖେଳାଳିଙ୍କୁ ଆଉଟ୍‌ କରିଥିବା କ୍ରିକେଟର୍‌ ଏବେ ବସ୍‌ ଡ୍ରାଇଭର୍‌

ଭାରତୀୟ କ୍ରିକେଟ୍‌ ବୋର୍ଡ(ବିସିସିଆଇ) ବିଶ୍ୱର ଧନୀ ବୋର୍ଡ ଭାବେ ଜଣାଶୁଣା। କ୍ରିକେଟର୍‌ଙ୍କ ପିଛାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରେ ବିସିସିଆଇ। କିନ୍ତୁ ଅନ୍ୟ ଦେଶରେ କିଛି ଖେଳାଳି ଏମିତି ଅଛନ୍ତି, ଯେଉଁମାନେ ଅବସର ପରେ ଛୋଟ-ବଡ କାମ କରି ଟଙ୍କା ରୋଜଗାର କରନ୍ତି। ସେମିତି ଜଣେ ଖେଳାଳି ହେଉଛନ୍ତି ଶ୍ରୀଲଙ୍କାର ସୁରଜ ରଣଦୀପ। ଶ୍ରୀଲଙ୍କା ପାଇଁ ୧୨ଟି ଟେଷ୍ଟ, ୩୧ଟି ଏକଦିବସୀୟ ଏବଂ ୭ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ସୁରଜ ମେଲବୋର୍ନରେ ବସ୍‌ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଛନ୍ତି। ଟ୍ରାନ୍ସଡେଭ୍‌ ନାମକ ଏକ ଫ୍ରାନ୍ସିସ୍‌ କମ୍ପାନୀ ପକ୍ଷରୁ ସୁରଜ ବସ୍‌ ଡ୍ରାଇଭର୍‌ ନିଯୁକ୍ତି ପାଇଛନ୍ତି। ନିକଟରେ ସୁରଜ ଅଷ୍ଟ୍ରେଲିଆ ଟିମ୍‌ ସହ କ୍ରିକେଟ୍‌ ଅଭ୍ୟାସ କରୁତତ୍ବା ନଜର ଆସିଥିଲେ।

Share