Categories: ଖେଳ

‘କର ବା ମର’ ମ୍ୟାଚ୍‌ ଜିତିବା ଖୁସିରେ ଶ୍ରୀଲଙ୍କା ଖେଳାଳିଙ୍କ ନାଗିନ୍‌ ଡ୍ୟାନ୍ସ

ଦୁବାଇ,୨।୯: ବାଂଲାଦେଶ ବିପକ୍ଷ ଏସିଆ କପ୍‌ ଟି୨୦ ମୁକାବିଲାକୁ ଶ୍ରୀଲଙ୍କା ୨ ଉଇକେଟ୍‌ରେ ଜିତି ସୁପର-୪ରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ରେ ପରେ ଶ୍ରୀଲଙ୍କା ଖେଲାଳିମାନେ ନାଗିନ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
୨୦୧୮ରେ ନିଦାହାସ ଟ୍ରଫିରେ ବାଂଲାଦେଶ ଶ୍ରୀଲଙ୍କାକୁ ପରାସ୍ତ କରି ଏହିପରି ସେଲିବ୍ରେଶନ କରିଥିଲା। ଏସିଆ କପ୍‌ର ‘କର ବା ମର’ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ବାଂଲାଦେଶକୁ ପରାସ୍ତ କରି ସମାନ ଢଙ୍ଗରେ ସେଲିବ୍ରେଶନ କରିଥିଲା।
୨୦୨୨ ଏସିଆ କପରେ ଉଭୟ ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ପ୍ରଥମ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଉଭୟ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ବିଜେତା ଦଳକୁ ସୁପର -୪କୁ ଯିବାର ଥିଲା।
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶ ପ୍ରଥମେ ଖେଳିବା ୧୮୩ ରନ ସ୍କୋର କରିଥିଲା। ଶ୍ରୀଲଙ୍କା ଦଳ ୧୯.୨ ଓଭରରେ ୮ ଉଇକେଟ ହରାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା।

Share